ନିମାପଡା: ପୁରୀ ଜିଲ୍ଲା ନିମାପଡା ବ୍ଲକ ଅମଳାପଡାର ଶିକ୍ଷୟିତ୍ରୀ ଓ ଜଣେ ଶିକ୍ଷକଙ୍କୁ ମାଡ଼ ଘଟଣା । ଶିକ୍ଷୟିତ୍ରୀଙ୍କ ସ୍ବାମୀ ଓ ତାଙ୍କ ସହଯୋଗୀଙ୍କୁ ଗିରଫ କଲା ପୋଲିସ । ଶିକ୍ଷୟିତ୍ରୀ ପତ୍ନୀ ଓ ନିର୍ଯାତିତ ଶିକ୍ଷକଙ୍କ ଅଭିଯୋଗ ଆଧାରରେ ଗିରଫ କରାଯାଇଥିବା ସୂଚନ ରହିଛି ।
ଶିକ୍ଷୟିତ୍ରୀ ପତ୍ନୀଙ୍କୁ ସନ୍ଦେହ କରି ମାଡ଼ ମାରି ରାସ୍ତାରେ ଚଲାଇ ଥାନାକୁ ଆଣିଥିଲେ । ଆଉ ଜଣେ ଶିକ୍ଷକଙ୍କୁ ମଧ୍ୟ ମାଡ଼ ମାରି ଉଲଗ୍ନ କରି ବେକରେ ମାଳ ପକାଇ ଥାନାକୁ ଭିଡ଼ି ଆଣିଥିଲେ । ଆଇନକୁ ହାତକୁ ନେଇଥିବାରୁ ଶିକ୍ଷୟିତ୍ରୀଙ୍କ ସ୍ବାମୀଙ୍କୁ ଗିରଫ କଲା ପୋଲିସ ।
ସୂଚନାଯୋଗ୍ୟ, ଶିକ୍ଷୟତ୍ରୀ ଜଣକ ନିମାପଡା ଥାନା ନିକଟ ଏକ ସାହିରେ ଭଡା ଘରେ ରହୁଥିଲେ । ତାଙ୍କ ସ୍ବାମୀଙ୍କ ସହ କୌଣସି କାରଣରୁ ବିବାଦ ଯୋଗୁଁ ଉଭୟ ଅଲଗା ଅଲଗା ରହୁଥିବା କୁହାଯାଉଛି । ତେବେ ମହିଳାଙ୍କ ସ୍ବାମୀ ତାଙ୍କ ଚରିତ୍ର ଉପରେ ସନ୍ଦେହ କରି ତାଙ୍କ ଉପରେ ନଜର ରଖୁଥିଲେ । ଏକ ଭଡାଘରେ ଉଭୟ ପ୍ରେମୀ ଯୁଗଳ ଥିବାବେଳେ ମହିଳାଙ୍କ ସ୍ୱାମୀ ଧରିଥିଲେ । ସଂପୃକ୍ତ ପୁରୁଷ ଜଣେ ଶିକ୍ଷକ ନେତା ବୋଲି ଜଣାପଡିଛି ।
ଏହାପରେ ଉଭୟଙ୍କ ବେକରେ ମାଳ ପିନ୍ଧାଇ ଥାନାକୁ ଚଲାଇ ଚଲାଇ ନେଇ ଥାନା ଅଧିକାରୀଙ୍କ ଜିମା ଦେଇଥିଲେ । ହେଲେ ଆଇନକୁ ହାତକୁ ନେଇଥିବାରୁ ଶିକ୍ଷୟିତ୍ରୀଙ୍କ ସ୍ବାମୀଙ୍କୁ ଆଜି ଗିରଫ କରିଛି ପୋଲିସ ।
Comments are closed.