ଭୁବନେଶ୍ୱର: ସ୍ତ୍ରୀ ଦରମାରେ ଚଳୁଥିଲା । ନିଜର କିଛି ରୋଜଗାର ନଥିଲା । ସ୍ତ୍ରୀ ପାଉଥିବା ଦରମାରେ ଡରାଇ ଧମକାଇ ନିଶା ବି ଖାଉଥିଲା । ଆଉ ସେଇ ନିଶାରେ ଏବେ ରୋଜଗାରିଆ ସ୍ତ୍ରୀକୁ ମାରି ଦେଇଛି ସ୍ୱାମୀ । ଖାଲି ସ୍ତ୍ରୀକୁ ମାରିନି ନିଜ ୬ ବର୍ଷର ଝିଅକୁ ବି ଜୀବନରୁ ମାରି ଦେବାକୁ ଉଦ୍ୟମ କରିଛି । ଝିଅର ତଣ୍ଟି କାଣ୍ଟି ଦେଇଛି ବାପା । ଏଭଳି ନୃଶଂସ କାଣ୍ଡ ଘଟିଛି ରାଜଧାନୀର ଘାଟିକିଆ ଅଞ୍ଚଳରେ ।
ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀକୁ ସ୍ୱାମୀ ହତ୍ୟା କରିଥିବା ଜମାପଡ଼ିଛି । ସ୍ତ୍ରୀକୁ ହତ୍ୟା ପରେ ୬ ବର୍ଷର ଝିଅର ତଣ୍ଟି କାଟି ମାରିବାକୁ ଉଦ୍ୟମ କରିଛି । ଗୁରୁତର ନାବାଳିକାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏ ସମ୍ପର୍କରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ପ୍ରତିକ୍ରିୟାରେ କହିଛନ୍ତି, ଅଭିଯୁକ୍ତ ସ୍ୱାମୀ ସଞ୍ଜିତ ଦାସଙ୍କ ନିୟମିତ ନିଶା ଅଭ୍ୟାସ ଥିଲା ।
ସଞ୍ଜିତଙ୍କ ସ୍ତ୍ରୀ ସରସ୍ୱତୀ ନର୍ସ ଭାବେ କାମ କରୁଥିଲେ । ନିଜର ରୋଜଗାର ନଥିବାରୁ ସ୍ତ୍ରୀ ଟଙ୍କାରେ ଚଳୁଥିଲେ ସେ । ତେବେ ଗତକାଲି କୌଣସି କାରଣରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ପରେ ହତ୍ୟାକାଣ୍ଡ ଘଟିଥିବା ସୂଚନା ଦେଇଛନ୍ତି ଡିସିପି ।
Comments are closed.