Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ବୈଦିକ ରୀତିନୀତିରେ ନିଜକୁ ନିଜେ ବିବାହ କରିଲେ ଯୁବତୀ କ୍ଷମା ବିନ୍ଦୁ

ଗୁଜରାଟ: ବାଜା ବାଜୁଛି। ହଳଦୀ ମେହେନ୍ଦୀ ବି ଚାଲିଛି। ବ୍ରାହ୍ମଣ ମନ୍ତ୍ର ବି ପାଠ ହୋଇଛି। ପାରମ୍ପରିକ ରୀତିନୀତିର ସହ ବିବାହ କାର୍ଯ୍ୟ ହୋଇଛି। ହେଲେ ବିବାହ ବେଦୀରେ ନିଜେ ଏକା ବସିଛି କନ୍ୟା। ଶେଷରେ ନିଜକୁ ନିଜେ ବିବାହ କରିଛନ୍ତି କ୍ଷମା ବିନ୍ଦୁ ।

ବିନା ବରରେ ଗୁଜରାଟର କ୍ଷମା ବିନ୍ଦୁ ଶେଷରେ ବିବାହ କରିଛନ୍ତି । ବିବାହ ସମୟରେ ହଳଦୀ ଓ ମେହେନ୍ଦୀ ଉତ୍ସବ ପାଳନ ହୋଇଥିଲା । ବରୋଦାରେ ନିଜ ଘରେ ପାରମ୍ପରିକ ରୀତିନୀତି ସହ ବିବାହ କରିଛନ୍ତି । ତେବେ ଏହି ବିବାହରେ ନ ବର ଥିଲେ ନା ପଣ୍ଡିତ । ଏଥିରେ କ୍ଷମାଙ୍କ କିଛି ସାଙ୍ଗ ସାମିଲ ହୋଇଥିଲେ । ପୂର୍ବରୁ ସେ ୧୧ ତାରିଖରେ ବିବାହ କରିବେ ବୋଲି କହିଥିଲେ । କିନ୍ତୁ କୌଣସି ବିବାଦ ହେବାର ୩ ଦିନ ପୂର୍ବରୁ ସେ ବିବାହ କରିଛନ୍ତି ।

ତାଙ୍କ ବିବାହକୁ ପଡୋଶୀ ବିରୋଧ କରୁଥିଲେ । ତେଣୁ ବିବାହ ତାରିଖ ଦିନ କୌଣସି ପ୍ରକାର ବିବାଦ ହେବା ଆଶଙ୍କାରେ ତିନି ଦିନ ପୂର୍ବରୁ ସେ ବିବାହ କରିଛନ୍ତି । କ୍ଷମା କହିଛନ୍ତି. ତାଙ୍କର ଏହି ସ୍ୱତନ୍ତ୍ର ଦିନକୁ ସେ ବର୍ବାଦ କରିବାକୁ ଚାହାନ୍ତି ନାହିଁ । ତେଣୁ ସେ ବୁଧବାର ବିବାହ କରିନେଇଛନ୍ତି । ଗୁଜରାଟରେ ବିନ୍ଦୁଙ୍କର ଏପରି ବିବାହ ହେଉଛି ପ୍ରଥମ । କିଛି ଦିନ ତଳେ ୧୧ ତାରିଖରେ ବିବାହ କରିବେ ବୋଲି କହିଥିଲେ, ବଦୋଦରାର ୨୪ ବର୍ଷୀୟ ଯୁବତୀ କ୍ଷମା ବିନ୍ଦୁ । ସେ ଅଗ୍ନିକୁ ସାକ୍ଷୀ ରଖି ନିଜେ ନିଜକୁ ବାହାହେବେ ଓ ସାତଫେରା ନେବେ ବୋଲି କହିଥିଲେ ।

କ୍ଷମାଙ୍କ କହିବା ଅନୁଯାୟୀ, ଏଭଳି ଚିନ୍ତାଧାରା ଦୀର୍ଘ ଦିନ ହେବ ମୋ ମନରେ ଥିଲା । କିନ୍ତୁ କେବେ ଭାବିନଥିଲି ଏହା ସମ୍ଭବ ହୋଇପାରିବ । କିନ୍ତୁ ବହୁତ ଦିନ ଭାବିବା ପରେ ନିଜକୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲି । ତେବେ ନିଷ୍ପତ୍ତି ନେବା ପୂର୍ବରୁ କ୍ଷମା ଅନଲାଇନରେ ରିସର୍ଚ୍ଚ କରିଥିଲେ । ଭାରତରେ କୌଣସି ମହିଳା ନିଜେ ନିଜକୁ ବିବାହ କରିଛନ୍ତି କି ନାହିଁ ସେ ବାବଦରେ ଜାଣିବାକୁ ଚାହିଁଥିଲେ । କିନ୍ତୁ ସେଭଳି କୌଣସି ଗୋଟିଏ ବି ଘଟଣା କ୍ଷମାଙ୍କୁ ମିଳିନଥିଲା ।
ତଥାପି ହାର ନମାନି ଆତ୍ମ ବିବାହ କରି ଦେଶର ପ୍ରଥମ ଉଦାହରଣ ସାଜିବାକୁ ପାଦ ବଢାଇଛନ୍ତି କ୍ଷମା । ଯେଉଁଠି କ୍ଷମା ନିଜେ ନିଜକୁ ଜୀବନସାଥୀ ରୂପେ ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.