Latest Odisha News

ସଇତାନ୍ ସ୍ୱାମୀ, ସ୍ତ୍ରୀକୁ ହାଣି ଖଣ୍ଡ ଖଣ୍ଡ କଲା ସ୍ବାମୀ

ନୂଆଦିଲ୍ଲୀ : ପୁଣି ସାମ୍ନାକୁ ଆସିଲା ଶ୍ରଦ୍ଧା ହତ୍ୟାକାଣ୍ଡ ଭଳି ସମାନ ଘଟଣା । ଦିଲ୍ଲୀ, ରାଜସ୍ଥାନ, କର୍ଣ୍ଣାଟକ ପରେ ଝାଡ଼ଖଣ୍ଡରେ ମଧ୍ୟ ଏହି ଘଟଣାର ପୁନରାବୃତ୍ତି । ସଇତାନ୍‌ ସାଜିଲା ସାତ ଜନ୍ମର ସାଥି  । ନିଜ ସ୍ତ୍ରୀକୁ ହାଣି କଲା ଖଣ୍ଡ ଖଣ୍ଡ । ଏଭଳି ଛାତିଥରା ଘଟଣା ଝାଡ଼ଖଣ୍ଡର ସାହିବଗଞ୍ଜରୁ ଆସିଛି ।

ଏସପି ଅନୁରଞ୍ଜନ କିସୋପଟ୍ଟାଙ୍କ  ସୂଚନା ଅନୁଯାୟୀ, ମୃତ ମହିଳା ଜଣକ ହେଲେ ରୁବିକା ପହରିଆ ଏବଂ ତାଙ୍କ ସ୍ୱାମୀ ହେଉଛନ୍ତି ଦିଲଦାର ଅନସାରି  । ଦିଲଦାର ଅନସାରି ରୁବିକାଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ରୁବିକାଙ୍କ ନିଖୋଜ ନେଇ ତାଙ୍କ ସମ୍ପର୍କୀୟ ବାରିଓ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ସେହିଦିନ ପୋଲିସ ମହିଳାଙ୍କ କିଛି ମାଂସ ଖଣ୍ଡ ପାଇଥିଲା  । ରୁବିନାଙ୍କ ତଦନ୍ତ ଜାରି ରହିଥିବା ବେଳେ ଅଭିଯୁକ୍ତ ସ୍ୱାମୀ ଫେରାର ହୋଇଯାଇଥିଲା  । ଏନେଇ ପୋଲିସ ପରିବାରର ଅନ୍ୟ ସଦସ୍ୟଙ୍କୁ ପଚରା ଉଚରା ଜାରି ରଖିଛି । ତେବେ ଅଧିକ ତଦନ୍ତ ପରେ ରୁବିନାଙ୍କୁ କାହିଁକି ହତ୍ୟା କରିଲା ତାଙ୍କ ସ୍ୱାମୀ ତାହା ସ୍ପଷ୍ଟ ଜଣାପଡ଼ିବ ।

ପୂର୍ବରୁ ଦିଲ୍ଲୀରେ ଶ୍ରଦ୍ଧା ଓ୍ୱାଲକରଙ୍କୁ  ତାଙ୍କ ଲିଭ୍‌ ଇନ୍‌ ପାର୍ଟନର ହତ୍ୟା କରି ୩୫ ଖଣ୍ଡ କରିବା ଘଟଣା ଲୋକଙ୍କୁ ସ୍ତବ୍ଧ କରିଥିଲା । ଏବେ ସେହି ସମାନ ଘଟଣା ପୁଣି ସାମ୍ମାକୁ ଆସୁଛି  ।

 

 

 

Leave A Reply

Your email address will not be published.