Latest Odisha News

୧୬ ବର୍ଷର ନାବାଳିକାକୁ ଗଣ ଦୁଷ୍କର୍ମ, ୮ ଗିରଫ

ମୁମ୍ବାଇ :  ମହାରାଷ୍ଟ୍ରର ପାଲବିତା ଅଞ୍ଚଳରୁ ଆସିଛି ଲଜ୍ଜାଜନକ ଘଟଣା । ଗଣଦୁଷ୍କର୍ମର ଶିକାର ହୋଇଛି ୧୬ ବର୍ଷର ଝିଅ । ଏହି ଘଟଣାରେ ୮ ଜଣକୁ ଗିରଫ କରି ତଦନ୍ତ ଚଳାଇଛି ପୋଲିସ  ।

ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ୮ଜଣ ଯୁବକ ତାଙ୍କୁ ଜବରଦସ୍ତି ଉଠାଇ ନେଇ ଯାଇଥିଲେ। ସମୁଦ୍ର ତଟ ପାଲବିତା ଅଞ୍ଚଳର ଏକ ବଙ୍ଗଳାରେ ନାବାଳିକାକୁ ଦୁଷ୍କର୍ମ କରିଥିଲେ। ପୁନର୍ବାର ମଧ୍ୟ ନାବାଳିକାକୁ ସମୁଦ୍ର ତଟକୂଳେ ଦୁଷ୍କର୍ମ କରିଥିଲେ। ପ୍ରାୟ ୩ ଘଣ୍ଟା ଧରି ଏପରି ପାଶବିକତା ଘଟାଇଥିବା ପୀଡ଼ିତା ଜଣକ କହିଛନ୍ତି । ପରେ ସେଠାରେ ଛାଡ଼ି ପଳାଇଥିଲେ । ଏନେଇ ପାଲଘରର ସତପତି ଥାନାରେ ଅଭିଯୋଗ କରିଛନ୍ତି ଯୁବତୀ ।

ପୀଡ଼ିତାଙ୍କ ବୟାନକୁ ଆାଧାର କରି ଆଜି ସକାଳୁ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ପୋକ୍ସୋ ଆକ୍ଟ ଆଧାରରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଉଛି  ।

 

Leave A Reply

Your email address will not be published.