ଲକ୍ଷ୍ନୌ: କୁହନ୍ତି ସ୍ୱାମୀ ସ୍ତ୍ରୀ ସହ ଯେତେ କଳି, ଝଗଡା କରିଥିଲେ ମଧ୍ୟ ରାତି ହେଲେ ସେହି ଘରକୁ ଆସିବେ। ତେଣୁ ସ୍ତ୍ରୀ ସହ କଳି କରି ସ୍ୱାମୀ ମାନଙ୍କର କୌଣସି ଫାଇଦା ନାହିଁ ବୋଲି କୁହାଯାଏ। କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ମାଡ଼କୁ ଡରି ୧୦୦ ଫୁଟ ଉଚ୍ଚର ତାଳ ଗଛର ଉପରେ ରହୁଛନ୍ତି। ଆଉ ସେ ଦୀର୍ଘ ମାସେ ହେବ ଏପରି ରହୁଛନ୍ତି। ଏହି ଖବର ସୋଶିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି। ଆଉ ଏହାକୁ ନେଇ ଚର୍ଚ୍ଚା ମଧ୍ୟ ଚାଲିଛି।
ଉତ୍ତର ପ୍ରଦେଶର ମଉ ଜିଲ୍ଲାର କୋପାଗଞ୍ଜ ଅଞ୍ଚଳର ବସରଥପୁର ଗାଁରୁ ଏପରି ଏକ ଖବର ସାମ୍ନାକୁ ଆସିଛି। ସୂଚନାନୁସାରେ, ରାମ ପ୍ରଭେଶ ନାମକ ଜଣେ ବ୍ୟକ୍ତି ଗତ ମାସେ ହେବ ୧୦୦ ଫୁଟ ତାଳ ଗଛରେ ରହୁଥିଲେ। ଯେତେବେଳେ ବି କେହି ତାଙ୍କୁ ଡାକିବାକୁ ଯାଆନ୍ତି, ସେ ଗଛ ଉପରେ ରଖିଥିବା ଇଟା ଓ ପଥରରେ ସେମାନଙ୍କୁ ଆକ୍ରମଣ କରନ୍ତି । ତେଣୁ ଲୋକମାନେ ଦୌଡ଼ି ପଳାନ୍ତି। ରାମ ପ୍ରଭେଶ ତାପରେ କିଛି ସମୟରେ ଧୀରେ ଧୀରେ ଓହ୍ଲାଇ ଇଟା ଓ ପଥର ସଂଗ୍ରହ କରି ଗଛ ଉପରକୁ ଚଢ଼ି ଯାଆନ୍ତି।
ରାମ ପ୍ରଭେଶଙ୍କ ବାପା ବିଷ୍ଣୁମ କହିଛନ୍ତି ଯେ ତାଙ୍କ ପତ୍ନୀ ପ୍ରତିଦିନ ଝଗଡା କରି ମାଡ ମାରୁଥିବାରୁ ରାମ ପ୍ରଭେଶ ଗଛରେ ରହିବାକୁ ବାଧ୍ୟ ହେଉଛନ୍ତି। ତାଙ୍କ ପତ୍ନୀଙ୍କ ଏହି ମନୋଭାବରେ ରାମ ପ୍ରଭେଶ ଏତେ ରାଗି ଯାଇଥିଲେ ଯେ ସେ ମାସେ ଧରି ଗଛରେ ରହୁଥିଲେ। ପରିବାର ସଦସ୍ୟମାନେ ଏକ ରଶି ସାହାଯ୍ୟରେ ଗଛକୁ ଖାଦ୍ୟ ଏବଂ ପାଣି ଝୁଲାଇ ଦିଅନ୍ତି । ଯାହାକୁ ଗଛ ଉପରେ ବଶିଥିବା ରାମପ୍ରବେଶ ଟାଣି ନେଇ ଖାଦ୍ୟ ଗ୍ରହଣ କରିଥାନ୍ତି। ଗ୍ରାମବାସୀ କହିଛନ୍ତି ଯେ ରାମପ୍ରବେଶ ରାତିରେ କିଛି ସମୟ ତଳକୁ ଓହ୍ଲାଇ ଦୈନନ୍ଦିନ କାମ ସାରି ପୁଣି ଚଢ଼ି ଯାଆନ୍ତି।
ତେବେ ରାମ ପ୍ରଭେଶ ଗଛ ଉପରେ ବସିଥିବାରୁ ଏହାକୁ ନେଇ ଗାଁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଗଛଟି ଗାଁ ମଝିରେ ରହିଛି ତେଣୁ ଲୋକମାନଙ୍କ ବ୍ୟକ୍ତିଗତ ଜୀବନ ବା ଗୋପନୀୟତା ଉପରେ ଏହା ପ୍ରଭାବ ପକାଉଛି ବୋଲି ଗାଁ ଲୋକେ କହିଛନ୍ତି। ଗ୍ରାମବାସୀ ମଧ୍ୟ ରାମ ପ୍ରବେଶଙ୍କ ବିଷୟରେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି କିନ୍ତୁ ପୋଲିସ ମଧ୍ୟ ରାମ ପ୍ରଭେଶଙ୍କୁ ଗଛରୁ ଓହ୍ଲାଇବାରେ ବିଫଳ ହୋଇଛି ।
Comments are closed.