Latest Odisha News

BREAKING NEWS

ଇନ୍ଦିରା ଗାନ୍ଧୀଙ୍କ ‘ତୃତୀୟ ପୁଅ’ ଜମ୍ମୁ କଶ୍ମୀରରେ ଗଢ଼ିବେ ନୂଆ ରାଜନୈତିକ ଦଳ !

ନୂଆଦିଲ୍ଲୀ: କଂଗ୍ରେସରୁ ଇସ୍ତଫା ଦେବା ପରେ ଆକଳନ କରାଯାଉଥିଲା ଜମ୍ମୁ କଶ୍ନୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ବିଜେପିକୁ ଯାଇପାରନ୍ତି। ଆଗକୁ ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ହେବ ଏହା ପୂର୍ବରୁ ସେ ଦଳ ବଦଳ କରି ନିଜର ପତିଆରା ଜାହିର କରିବାକୁ ଯାଇ ବିଜେପି ମୁହାଁ ହୋଇଥିବା କୁହାଯାଉଥିଲା। ଏହି ଚର୍ଚ୍ଚା ଭିତରେ ସେ କହିଛନ୍ତି, ଖୁବ୍ ଶୀଘ୍ର ଜମ୍ମୁ କଶ୍ମୀରରେ ନିଜର ରାଜନୈତିକ ଦଳ ଗଠନ କରିପାରନ୍ତି। ଏବେ ସୁଦ୍ଧା ଦଳର ନାମ ଏବଂ ସଦସ୍ୟଙ୍କ ସମ୍ପର୍କରେ ସୂଚନା ସ୍ପଷ୍ଟ ହୋଇନାହିଁ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ପଦ୍ମ ଭୂଷଣ ଗୁଲାମ ନବୀ ଆଜାଦ ଜମ୍ମୁ କଶ୍ମୀରରେ ଏକ ରାଜନୈତିକ ଦଳ ଗଢ଼ିବା ନେଇ ଆଲୋଚନା କରିଛନ୍ତି। ନିକଟରେ ସେ ତାଙ୍କ ସମର୍ଥକଙ୍କୁ କହିଛନ୍ତି ଯେ ସେ ଜମ୍ମୁ କଶ୍ମୀରକୁ ଫେରୁଛନ୍ତି। ବିଶେଷ କଥା ହେଉଛି ଏହା ପୂର୍ବରୁ ମଧ୍ୟ ସେ ଜମ୍ମୁ କଶ୍ମୀରରେ ମୁଖ୍ୟମନ୍ତ୍ରୀ ଥିଲେ। ଏହା ବ୍ୟତୀତ ସେ ୟୁପିଏ ସରକାରରେ କେନ୍ଦ୍ର ମନ୍ତ୍ରୀ ଥିଲେ। ଇନ୍ଦିରା ଗାନ୍ଧୀ ତାଙ୍କୁ ତୃତୀୟ ପୁଅ ବୋଲି କହୁଥିଲେ। ଇନ୍ଦିରା ଗାନ୍ଧୀ ଦଳର ନେତୃତ୍ୱ ନେଉଥିବା ସମୟରେ ଗୁଲାମଙ୍କୁ ଅତି ବିଶ୍ୱସ୍ତ ବୋଲି ଗଣୁଥିଲେ। ଦଳର ସମସ୍ତ କାର୍ଯ୍ୟରେ ଏମିତିକି କଂଗ୍ରେସ ପରିବାରର ଅନେକ ଘଟଣାରେ ଗୁଲାମଙ୍କୁ ସେ ସଙ୍କୋଟମୋଚକ ଭାବେ ବିବେଚନ କରୁଥିଲା। ତେଣୁ ଇନ୍ଦିରାଙ୍କ ପରେ ପରେ ସୋନିଆ ଗାନ୍ଧୀ ନେତୃତ୍ୱ ନେବା ପରେ ଗୁଲାମ ନବୀ ଦଳର ପୁରୁଣା ବିଶ୍ୱସ୍ତ ଚେହେରା ହୋଇ ରହିିଥିଲେ।

ତେବେ ଗୁଲାମ ନବୀ ଆଜାଦଙ୍କୁ ଭାରତୀୟ ଜନତା ପାର୍ଟିରେ ସାମିଲ ହେବାକୁ ମଧ୍ୟ ନିମନ୍ତ୍ରଣ ମିଳିଛି। ତଥାପି, ସେ ଏପର୍ଯ୍ୟନ୍ତ ଏହାର ପ୍ରତିକ୍ରିୟା ରଖି ନାହାନ୍ତି।

କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କୁ ଗୁଲାମ ନବୀ ଆଜାଦ ଲେଖିଥିବା ଚିଠିରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ଦୁର୍ଭାଗ୍ୟବଶତଃ ରାହୁଲ ଗାନ୍ଧୀ ରାଜନୀତିରେ ପ୍ରବେଶ କରିବା ପରେ କଂଗ୍ରେସ ଦୁର୍ବଳ ହୋଇଛି। ବିଶେଷକରି ଜାନୁଆରୀ 2013ରେ ସେ ଦଳର ଅଧ୍ୟକ୍ଷ ହେବା ପରେ ସେ ଦଳର ବରିଷ୍ଠଙ୍କୁ ଅଣଦେଖା କରିଛନ୍ତି। ସେହିପରି ମନମୋହନ ସିଂ ସରକାରର ଅଧ୍ୟାଦେଶକୁ ପ୍ରେସମିଟ କରି ଚିରି ଦେବା ରାହୁଲ ଗାନ୍ଧୀଙ୍କ ଅପରିପକ୍ୱତାର ଏକ ବଡ଼ ଉଦାହରଣ ।

Leave A Reply

Your email address will not be published.