Latest Odisha News

BREAKING NEWS

ହାଇଦ୍ରାବାଦ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏନକାଉଣ୍ଟର: ପୋଲିସକୁ ବିଭିନ୍ନ ମହଲରୁ ପ୍ରଶଂସା, ଜାଣନ୍ତୁ କିଏ କ’ଣ କହିଲେ

ହାଇଦ୍ରାବାଦ: ତେଲେଙ୍ଗାନାରେ ଜଣେ ୨୭ ବର୍ଷୀୟ ମହିଳା ପଶୁ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ୪ ଜଣ ଅଭିଯୁକ୍ତଙ୍କର ପୋଲିସର ଏନକାଉଣ୍ଟରରେ ମୃତ୍ୟୁ ଘଟିଛି ।

ହାଇଦ୍ରାବାଦ ପୋଲିସର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସାର ଛୁଟୁଥିବା ବେଳେ କେତେକ ସ୍ଥାନରେ ଲେକେମାନେ ବାଣ ଫୁଟାଇବା ସହ ପୋଲିସ ଉପରେ ପୁଷ୍ପ ବର୍ଷା କରୁଥିବା ନଜରକୁ ଆସିଛି ।

ଜାଣନ୍ତୁ, ଏହି ଏନକାଉଣ୍ଟରକୁ ନେଇ ପିଡିତାଙ୍କ ପରିବାର ଠାରୁ ଆରମ୍ଭ କରି ସିନେ ତାରକା ତଥା ରାଜନୈତିକ ବ୍ୟକ୍ତିମାନେ କ’ଣ କହିଛନ୍ତି ।

ଦିଲ୍ଲୀ ଗଣଦୁଷ୍କର୍ମ ପିଡିତା ନିର୍ଭୟାଙ୍କ ମାଆ

ହାଇଦ୍ରାବାଦ ପୋଲିସକୁ ମୋର ଧନ୍ୟବାଦ । ଏହାଠାରୁ ଭଲ ନ୍ୟାୟ ଆଉ କିଛି ନାହିଁ । ଏବେ ଶୀଘ୍ରରୁ ଅତିଶୀଘ୍ର ନିର୍ଭୟାର ଅଭିଯୁକ୍ତମାନଙ୍କୁ ମଧ୍ୟ ଫାଶୀ ଦିଆଯାଉ ।

ହାଇଦ୍ରାବାଦ ଦୁଷ୍କର୍ମ ପିଡିତାଙ୍କ ବାପା ଓ ଭଉଣୀ

ମୋ’ ଝିଅ ମରିବାର ୧୦ ଦିନ ହେଇଗଲାଣି । ଏଭଳି କାର୍ଯ୍ୟଯୋଗୁଁ ମୋ ଝିଅର ଆତ୍ମାକୁ ଶାନ୍ତି ମିଳିଛି ବୋଲି ମୁଁ ସରକାର ଓ ପୋଲିସକୁ କୃତଜ୍ଞତା ଜଣାଉଛି ବୋଲି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ପିଡିତାଙ୍କ ବାପା ।

ଏହାବ୍ୟତିତ ତାଙ୍କ ଭଉଣୀ ମଧ୍ୟ କହିଛନ୍ତି, ରେକର୍ଡ ସମୟ ମଧ୍ୟରେ ନ୍ୟାୟ ମିଳିଥିବାରୁ ମୁଁ ଖୁସି ଅଛି । ଆହୁରି ମଧ୍ୟ ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ଆମ ସହିତ ଛିଡା ହୋଇଥିବା ସମସ୍ତ ବ୍ୟକ୍ତିଙ୍କଚ କୃତଜ୍ଞତା ଜଣାଉଛି ।

ତେଲେଙ୍ଗାନା ଆଇନ ମନ୍ତ୍ରୀ, ଇନ୍ଦ୍ରକରଣ ରେଡ୍ଡୀ

ସୋମନଙ୍କୁ ଆଇନର ଦଣ୍ଡ ମିଳିବା ଆଗରୁ ଭଗବାନ ଦଣ୍ଡ ଦେଇଦେଲେ । ସମ୍ପୃକ୍ତ ଅଭିଯୁକ୍ତମାନେ ଖସିଯିବାକୁ ଚେଷ୍ଟା କରିବାରୁ ଏନକାଉଣ୍ଟର କରିବାକୁ ପଡିଲା ।

ମେନକା ଗାନ୍ଧୀ, ବିଜେପି ସାଂସଦ

ଯାହା ହେଲା ତାହା ଦେଶ ପାଇଁ ଭୟଙ୍କର ସଦୃଶ୍ୟ । ଆପଣ ମାରିବାକୁ ଚାହୁଁଛନ୍ତି ବୋଲି ଏଭଳି କାହାକୁ ମାରିପାରିବେନି । ଆପଣ ଆଇନକୁ ଏଭଳି ହାତକୁ ନେଇପାରିବେ ନାହିଁ, କାରଣ ସେମାନେ କେବେ ନା କେବେ ଫାଶୀରେ ଝୁଲିଥାନ୍ତେ ।

ଅନୁପମ ଖେର୍

ଉତ୍ତରପ୍ରଦେଶରେ ମହିଳାଙ୍କ ବିରୋଧରେ ଅପରାଧ ବଢିବାରେ ଲାଗିଛି । ହାଇଦ୍ରାବାଦ ପୋଲିସ ଠାରୁ ଦିଲ୍ଲୀ ଓ ଉତ୍ତରପ୍ରଦେଶ ପୋଲିସ କିଛଇ ଶିଖିବା ଉଚିତ୍ ।

ଜୟା ବଚ୍ଚନ, ସମାଜବାଦୀ ପାର୍ଟି ସାଂସଦ

ବିଳମ୍ବରେ ହେଲା, ଭଲ ହେଲା

କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର

ନ୍ୟାୟିକ ବ୍ୟବସ୍ଥା ଉପରେ ଏଭଳି ଏନକାଉଣ୍ଟରକୁ ସ୍ୱୀକାର କରାଯାଇପାରିବ ନାହିଁ । ଯଦି ଅପରାଧିଙ୍କ ନିକଟରେ କୌଣସି ହତିଆର ଥିବ, ତାହେଲେ ପୋଲିସ ନିଜ କାର୍ଯ୍ୟକୁ ଠିକ୍ କହିପାରିବ । ଯେ ପର୍ଯ୍ୟନ୍ତ ପ୍ରକୃତ ସତ୍ୟତା ନଜଣାପଡିଛି, ସେଯାଏଁ ନିନ୍ଦା କରିବା ଉଚିତ୍ ନୁହେଁ ।

ଯୋଗ ଗୁରୁ, ବାବା ରାମଦେବ

ପୋଲିସର ଏହି କାର୍ଯ୍ୟ ବାସ୍ତବରେ ସାହାସପୂର୍ଣ୍ଣ ଅଟେ । ମୋତେ ଲାଗୁଛି ‘ସତରେ ନ୍ୟାୟ ହୋଇଛି” ।

ରକୁଲ ପ୍ରିତ ସିଂହ, ଅଭିନେତ୍ରୀ

ଦୁଷ୍କର୍ମ ଭଳି ଜଘନ୍ୟ କାଣ୍ଡ ଘଟାଇ ଆପଣମାନେ ଆଉ କେତେ ଖସିଯାଇଥାନ୍ତେ ।

ଉଲ୍ଲେଖଯୋଗ୍ୟ, ଗତ ନଭେମ୍ବର ୨୮ ତାରିଖରେ ତେଲେଙ୍ଗାନାରର ରଙ୍ଗା ରେଡ୍ଡୀ ଜିଲ୍ଲା ଅନ୍ତର୍ଗତ ଶାଦନଗର ସହର ନିକଟରେ ଥିବା ଚେତନାପାଲ୍ଲୀ ପୋଲ ତଳୁ ସମ୍ପୃକ୍ତ ମହିଳା ଡାକ୍ତରଙ୍କ ଦଗ୍ଧ ଶରୀରକୁ ଉଦ୍ଧାର କରାଯାଇଥିଲା । ତା’ର ଗୋଟିଏ ଦିନ ପୂର୍ବରୁ ପ୍ରାୟ ୪ ଜଣ ଯୁବକ ସମ୍ପୃକ୍ତ ଡାକ୍ତରାଣୀଙ୍କ ଦୁଷ୍କର୍ମ କରିବା ପରେ ସ୍ଥାନୀୟ ଚେଟନପଲ୍ଲୀ ନିକଟରେ ତାଙ୍କ ଦେହରେ ନିଆଁ ଲଗାଇ ହତ୍ୟା କରିଥିଲେ ।

Leave A Reply

Your email address will not be published.