Latest Odisha News

BREAKING NEWS

Sandhya Theatre Stampede Case: ସଂଧ୍ୟା ଥିଏଟର ଦଳାଚକଟା ମାମଲା: ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ ଚାର୍ଜସିଟ୍‌

ହାଇଦ୍ରାବାଦ: ସଂଧ୍ୟା ଥିଏଟର ଦଳାଚକଟା ମାମଲାରେ ଚାର୍ଜସିଟ୍‌। ଶହେ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ହାଇଦ୍ରାବାଦ ପୋଲିସ। ଚାର୍ଜସିଟ୍‌ରେ ଅଛି ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ସମେତ ୨୩ ଅଭିଯୁକ୍ତଙ୍କ ନାଁ। ୧୧ ନମ୍ବର ଅଭିଯୁକ୍ତ ଭାବେ ଚାର୍ଜସିଟ୍‌ରେ ଅଛି ଅଲ୍ଲୁ ଅର୍ଜୁନଙ୍କ ନାଁ

ଅଲ୍ଲୁ ଅର୍ଜୁନଙ୍କ ମ୍ୟାନେଜରଙ୍କ ବିରୋଧରେ ମଧ୍ୟ ଚାର୍ଜସିଟ୍ ଦାଖଲ। ସଂଧ୍ୟା ଥିଏଟର ପରିଚାଳନା ସଂସ୍ଥାକୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ୨୦୨୪ ଡିସେମ୍ବରରେ ପୁଷ୍ପା-୨ର ପ୍ରିମିୟର ସୋ’ ବେଳେ ଦଳାଚକଟା ହୋଇଥିଲା। ଜଣେ ମହିଳାଙ୍କ ମୃତ୍ୟୁ ସହ ତାଙ୍କ ନାବାଳକ ପୁଅ ଗୁରୁତର ଆହତ ହୋଇଥିଲେ।

ସୂଚନାଯୋଗ୍ୟ, ୨୦୨୪ ଡିସେମ୍ବର ୫ ତାରିଖରେ ପୁଷ୍ପା ୨ ରିଲିଜ୍ ହୋଇଥିବା ବେଳେ ଏହାର ପୂର୍ବଦିନ ଅର୍ଥାତ୍ ୪ ତାରିଖରେ ପୁଷ୍ପା ଟୁ ସ୍ପେଶାଲ୍ ସ୍କ୍ରିନିଂରେ ହାଇଦ୍ରାବାଦ୍ ସଂଧ୍ୟା ଥିଏଟର୍ ଯାଇଥିଲେ ଅଲ୍ଲୁ । ତାଙ୍କୁ ଦେଖିବାକୁ ଆସିଥିବା ଲୋକଙ୍କ ମଧ୍ୟରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହେବାରୁ ସେମାନଙ୍କ ଭିତରୁ ଜଣେ ୩୫ ବର୍ଷିୟା ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପୁଅଙ୍କ ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା। ଏହି ଘଟଣାକୁ ନେଇ ଅଲ୍ଲୁଙ୍କୁ ଗିରଫ କରାଯାଇଥିବା ବେଳେ ହାଇକୋର୍ଟଙ୍କ ଜାମିନ୍ ପରେ ବାହାରିଥିଲେ।

Comments are closed.