Latest Odisha News

ରାଜସ୍ଥାନ ରୟାଲ୍ସକୁ ୧୫୯ ରନ୍‌ର ବିଜୟ ଲକ୍ଷ୍ୟ

ଦୁବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍‌‌ରେ ରବିବାର ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ମଧ୍ୟରେ ମୁକାବିଲା ହୋଇଛି । ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଥିବା ଏହି ଲିଗ୍ ମ୍ୟାଚରେ ହାଇଦ୍ରାବାଦ୍ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଡେଭିଡ୍ ଓ୍ଵାର୍ନରଙ୍କ ନେତୃତ୍ୱରେ ହାଇଦ୍ରାବାଦ୍ ୨୦ ଓଭରରେ ୪ଟି ଓ୍ଵିକେଟ୍ ହରାଇ ୧୫୮ ରନ୍ କରିଛି । ଫଳରେ ରାଜସ୍ଥାନ ରୟାଲ୍ସକୁ ୧୫୯ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି ।

ମନୀଷ ପାଣ୍ଡେ (୫୩) ଓ ୱାର୍ଣ୍ଣର ୪୮ ରନ ଯୋଗୁ ହାଇଦ୍ରାବାଦ ଆଭରେଜ ସ୍କୋର କରିପାରିଥିଲା । ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନେ ସେଭଳି ଆଖି ଦୃଶିଆ ପ୍ରଦର୍ଶନ କରିପାରି ନ ଥିଲେ । କେନ ୱିଲିୟମସନ ୨୨ ରନ କରି ଅପରାଜିତ ରହିଥିଲେ । ଜୋଫ୍ରା ଆର୍ଚ୍ଚର, କାର୍ତିିକ ତ୍ୟାଗୀ ଓ ଜୟଦେବ ଉନାଡକଟ ଗୋଟିଏ ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ ।

Comments are closed.