Latest Odisha News

ଆଇପିଏଲ୍ ମହାସମର: ବିଜୟ ସହ ଆଇପିଏଲରେ ଖାତା ଖୋଲିଲା ହାଇଦ୍ରାବାଦ

ଆବୁଧାବି: ଆଇପିଏଲରେ ଆଜି ଖେଳାଯାଇଥିବା ୧୧ ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲସକୁ ୧୫ ରନ୍‌ରେ ପରାସ୍ତ କରିଛି ସନ୍‌ରାଇଜର୍ସ ହାଇଦ୍ରାବାଦ । ବିଜୟ ସହ ଆଇପିଏଲରେ ନିଜ ଖାତା ଖଲିଛି ହାଇଦ୍ରାବାଦ ଦଳ ।

ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ ବିନିମୟରେ ୧୬୨ ରନ୍ କରିଥିଲା । ଦିଲ୍ଲୀ କ୍ୟାପିଟାଲସ ୧୬୩ ରନ୍‌ର ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୭ ୱିକେଟ ହରାଇ ୧୪୭ ରନ୍ କରି ମ୍ୟାଚ ହାରଯାଇଥିଲା ।
ଦିଲ୍ଲୀ ପକ୍ଷରୁ ଶିଖର ଧାୱନ ୩୪ ରନ୍, ରିଷଭ ପନ୍ତ ୨୮ ରନ୍ ଓ ଶିମରନ୍ ହେଟମାୟର ଖେଳି ୨୧ ରନ୍ କରିଥିଲେ । କିନ୍ତୁ ଦଳର ବ୍ୟାଟିଂ ବିପର୍ଯ୍ୟୟ ହିଁ ପରାଜୟର କାରଣ ହୋଇଥିଲା ।

ଏହି ମ୍ୟାଚ୍ ଜିତିବା ସହ ସନରାଇଜର୍ସ ହାଇଦ୍ରାବାଦ ଚଳିତ ସଂସ୍କରଣରେ ତାର ପ୍ରଥମ ବିଜୟ ହାସଲ କରିବା ସହ ୨ ପଏଣ୍ଟ୍ ସଂଗ୍ରହ କରିଛି ।

Leave A Reply

Your email address will not be published.