Latest Odisha News

BREAKING NEWS

ସାଉଦି ଆରବରୁ ଜାପାନ ପଠାଗଲା ବ୍ଳୁ ଆମୋନିଆ, ଆସନ୍ତୁ ଜାଣିବା ଏହାର ଉପକାରୀତା ବିଷୟରେ

ଟୋକିଓ: ବ୍ଳୁ ଆମୋନିଆର ଆନ୍ତର୍ଜାତୀୟ କାରୋବାର ଆରମ୍ଭ ହୋଇଛି । ରିପୋର୍ଟ ମୁତାବକ ସାଉଦି ଆରବରୁ ଏହା ପ୍ରଥମ ପର୍ଯ୍ୟାୟରେ ଜାପାନକୁ ପଠାଯିବ । ଆସନ୍ତୁ ଜାଣିବା ଏହି ବ୍ଳୁ ଆମୋନିଆର ବ୍ୟବହାର ସମ୍ପର୍କରେ । ବିଶ୍ୱରେ କାର୍ବନ ଡାଇଅକ୍ସାଇଡର ମାତ୍ରାକୁ ଏହା କମାଇ ପାରିବ । ବିନା ପ୍ରଦୂଷଣରେ ବ୍ଳୁ ଆମୋନିଆ ବିଦ୍ୟୁତ ଉତ୍ପାଦନ କରିପାରିବ । ପରିବେଶ ନେଇ ସଚେତନ ଥିବା ଜାପାନ ଏଥିନେଇ ପଦକ୍ଷେପ ଆରମ୍ଭ କରି ଦେଇଛି । ସାଉଦି ଆରବର ତେଲ କମ୍ପାନୀ ଆରମକୋ କହିଛି ଜାପାନ ପ୍ରଥମ ଶିପମେଂଟରେ ୪୦ ଟନ ବ୍ଳୁ ଆମୋନିଆ ନେଉଛି । ଏଥିରେ ୧୮ ପ୍ରତିଶତ ହାଇଡ୍ରୋଜେନ ରହୁଛି ଯାହାକି ଇନ୍ଧନର ଏକ ଭଲ ସ୍ରୋତ ଭାବେ ପରିଗଣିତ ହେବ ।

ବ୍ଲୁ ଆମୋନିଆ ପ୍ରଥମେ ହାଇଡ୍ରୋକାର୍ବନକୁ ହାଇଡ୍ରୋଜେନ ଓ ଆମୋନିଆରେ ପରିଣତ କରିଥାଏ । ଯାହା କି ସିଧାସଳଖ ପାୱାର ଷ୍ଟେଶନରେ ଲଗା ଯାଇପାରିବ । ଏହା ଜଳିଲେ ଏଥିରୁ କାର୍ବନ ଡାଇଅକ୍ସାଇଡ ନିର୍ଗତ ହୋଇ ନ ଥାଏ । ଜାପାନ ପରେ ଅନ୍ୟ କେତେକ ଦେଶ ମଧ୍ୟ ଏଥିନେଇ ଆଗ୍ରହ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.