ଭୁବନେଶ୍ୱର: ସିକେ ନାୟୁଡୁ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟରେ ଓଡିଶାର ପ୍ରଥମ ଇନିଂସ ସ୍କୋର ୩୪୫ ରନ ଜବାବରେ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ହାଇଦ୍ରାବାଦ ୬ ୱିକେଟ ବିନିମୟରେ ୨୨୬ ରନ ସଂଗ୍ରହ କରିନେଇଛି । ଓଡିଶା ବୋଲରଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ଯୋଗୁ ଏକଦା ୧୨୪ ରନରେ ୬ ୱିକେଟ ହରାଇ ହାଇଦ୍ରାବାଦ ବିପଦରେ ପଡିଥିଲା । ଏଚକେ ସିଂଙ୍କ ଅପରାଜିତ ଶତକ ଏବଂ ୭ମ ୱିକେଟରେ ଜି.ଆନିକେଥେରେଡ୍ଡୀଙ୍କ ଅର୍ଦ୍ଧଶତକ ବଳରେ ହାଇଦ୍ରାବାଦ ସ୍ଥିତି ସୁଧାରିଥିଲା । ଓଡିଶା ପକ୍ଷରୁ ବୋଲିଂରେ ଗତ ମ୍ୟାଚର ହୀରୋ ସୌରଭ କନୌଜିଆ ୩ଟି ଓ କାର୍ତିକ ବିଶ୍ୱାଳ ୨ଟି ୱିକେଟ ଅକ୍ତିଆର କରିଥିଲେ ।
ପୂର୍ବରୁ ଆଶୀର୍ବାଦ ସ୍ୱାଇଁ (୬୯), ଗୌରବ ଚୌଧୁରୀ (୪୫), ଦେବାଶୀଷ ସାମନ୍ତରାୟ (୬୮) ଓ ଅନୀଲ ପରିଡା ୪୯ ରନର ଇନିଂସ ଖେଳି ଓଡିଶାକୁ ସୁବିଧାଜନକ ସ୍ଥିତିରେ ପଂହଚାଇଥିଲେ ।
Comments are closed.