Latest Odisha News

BREAKING NEWS

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ସଞ୍ଜୁ ପଣ୍ଡା ନିଯୁକ୍ତ

କଟକ/ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜାନୁଆରୀ ୫ ତାରିଖରୁ ଦାୟିତ୍ୱ ଗ୍ରହଣ କରିବେ ବରିଷ୍ଠ ବିଚାରପତି ନ୍ୟାୟାଧୀଶ ସଞ୍ଜୁ ପଣ୍ଡା । ଓଡ଼ିଶା ହାଇକୋର୍ଟର ପ୍ରଥମ ମହିଳା ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି ଜଷ୍ଟିସ୍ ପଣ୍ଡା ।

ଶନିବାର ଦିନ ଭାରତର ରାଷ୍ଟ୍ରପତି ଜଷ୍ଟିସ ସଞ୍ଜୁ ପଣ୍ଡାଙ୍କୁ ଓଡ଼ିଶା ହାଇକୋର୍ଟର ଅନ୍ତରୀଣ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ପ୍ରଦାନ କରିଛନ୍ତି । ନୂତନ ମୁଖ୍ୟ ବିଚାରପତି ନିଯୁକ୍ତ ହେବା ପର୍ଯ୍ୟନ୍ତ ଜଷ୍ଟିସ୍ ପଣ୍ଡା ଏହି ମୁଖ୍ୟ ବିଚାରପତି ଦାୟିତ୍ୱରେ ରହି କାର୍ଯ୍ୟ ନିର୍ବାହ କରିବେ ।

ମିଳିଥିବା ସୂଚନାନୁଯାୟୀ, ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ନ୍ୟାୟାଧୀଶ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀ ଅବସର ଗ୍ରହଣ କରିବା କାରଣରୁ ହାଇକୋର୍ଟର ବରିଷ୍ଠ ବିଚାରପତି ଭାବେ ଜଷ୍ଟିସ୍ ପଣ୍ଡାଙ୍କୁ ଏହିହ ଦାୟିତ୍ୱ ପ୍ରଦାନ କରାଯାଇଛି । ଶନିବାର ଦିନ ନ୍ୟାୟାଧୀଶ ଜାଭେରୀ ଅବସର ଗ୍ରହଣ କରିଛନ୍ତି ।

ଏଠାରେ ସୂଚନାଯୋଗ୍ୟ, କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଏସମ୍ପର୍କରେ ଏକ ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଜଷ୍ଟିସ୍ ପଣ୍ଡାଙ୍କୁ ଏହି ପଦବୀରେ ନିଯୁକ୍ତ କରିଛନ୍ତି । ଜାନୁଆରୀ ୫ ତାରିଖଠାରୁ ସେ ଏହି ପଦବୀରେ ନିଯୁକ୍ତ ହୋଇ ଦାୟିତ୍ୱ ଗ୍ରହଣ କରିବେ ।

Leave A Reply

Your email address will not be published.