Latest Odisha News

‘ମୋ ପୁଅ ହତ୍ୟାକାରୀକୁ ଦଣ୍ଡ ମିଳୁ, ଡିସିପି ସଠିକ ତଦନ୍ତ କରି ମୋତେ ନ୍ୟାୟ ଦିଅନ୍ତୁ’

କଟକ: ମୋ ପୁଅ ହତ୍ୟାକାରୀକୁ ଦଣ୍ଡ ମିଳୁ । ଡିସିପି ସଠିକ ତଦନ୍ତ କରି ମୋତେ ନ୍ୟାୟ ଦିଅନ୍ତୁ । ଏହା କହିଛନ୍ତି ମୃତ ଆନନ୍ଦ ଟପ୍ପୋଙ୍କ ବାପା ବନ୍ଧନା ଟପ୍ପୋ । ଓଡ଼ିଶା ପୋଲିସର ତଦନ୍ତ ଶୀଥିଳ ଓ ଦିଗହରା  ବୋଲି କହି ଗତକାଲି ହାଇକୋର୍ଟ ଆନନ୍ଦ ଟପ୍ପୋ ହତ୍ୟା ମାମଲାର ତଦନ୍ତ ଭାର ଭୁବନେଶ୍ୱର ଡେପୁଟି କମିଶନର ଅଫ୍ ପୋଲିସ ଙ୍କୁ ନ୍ୟସ୍ତ କରିଛନ୍ତି ।

ଇନଫୋସିଟି ଅଞ୍ଚଳରେ ଏକ ଫ୍ଲାଟରେ ଗତବର୍ଷ ଫେବୃଆରୀ ୨୮ତାରିଖରେ ଆନନ୍ଦ ଟପ୍ପୋଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ସେତେବଳେ ତାଙ୍କ ବିବାହକୁ ମାତ୍ର ୧୦ ଦିନ ହୋଇଥିଲା । ସେ ଅନ୍ତର୍ଜାତୀୟ ହକି ଖେଳାଳି ବିରେନ୍ଦ୍ର ଲାକ୍ରାଙ୍କ ସାଙ୍ଗ । ଆନନ୍ଦଙ୍କ ବାପା ଅଭିଯୋଗ ଆଣିଥିଲେଯେ ବିରେନ୍ଦ୍ର ଓ ତାଙ୍କ ସାଙ୍ଗ ମନଜିତ୍ ଟେଟେ ସେଦିନ ସେହି ଫ୍ଲାଟରେ ଥିଲେ । ବିରେନ୍ଦ୍ରଙ୍କ ନାଁରେ ହତ୍ୟା ମାମଲା ରୁଜୁ କରିଥିଲେ ଆନନ୍ଦଙ୍କ ବାପା ।

ଇନଫୋସିଟି ଥାନା ଆଇଆଇସି ଏତଲା ଦାୟର କରିବାକୁ ମନା କରିବାରୁ ହାଇକୋର୍ଟରେ ଦାୟର କରିଥିବା ମାମଲାରେ ସେ ସିଆଇଡି କିମ୍ୱା କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଥିଲେ । ପୋଲିସ ଏଫଆଇଆର୍ ରୁଜୁ କରିଛି । ଡିସିପିଙ୍କୁ ହାଇକୋର୍ଟଙ୍କ  ନିର୍ଦ୍ଦେଶ ପରେ ଜଣେ ଡିପିସି ରାଙ୍କ୍  ଅଧିକାରୀ ତଦନ୍ତ କରୁଛନ୍ତି । ଇନଫୋସିଟି ଥାନା ଆଇଆଇସି ସମିତା ମିଶ୍ରଙ୍କୁ ବର୍ଷେ ପର୍ଯ୍ୟନ୍ତ କୌଣସି ଫିଲ୍ଡ ପୋଷ୍ଟିଂ ନଦେବାକୁ ଓ ତାଙ୍କୁ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀକୁ ସେନସିଟାଇଜେସନ୍ ଟ୍ରେନିଂ ପାଇଁ ପଠାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୩ ମାସ ଭିତରେ ତଦନ୍ତ ରିପୋର୍ଟ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

 

Leave A Reply

Your email address will not be published.