Latest Odisha News

BREAKING NEWS

ପରୀ ହତ୍ୟା ମାମଲା: ଅଭିଯୁକ୍ତକୁ ୧୦ ଦିନ ଅନ୍ତରୀଣ ଜାମିନ୍

କଟକ: ବହୁଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ସରୋଜ ସେଠୀଙ୍କୁ ମିଳିଲା ଅନ୍ତରୀଣ ଜାମିନ । ୧୦ ଦିନ ପାଇଁ ସର୍ତ୍ତମୂଳକ ଅନ୍ତରୀଣ ଜାମିନ ଦେଲେ ହାଇକୋର୍ଟ । ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଜାମିନ ପାଇଁ ଆବେଦନ କରିଥିଲା ସରୋଜ । ତେବେ ଆବଶ୍ୟକ ପଡିଲେ ଥାନାରେ ଆସି ସେ ଦେଖାକରିବାକୁ ନିର୍ଦ୍ଦେଶ ରହିଛି ।

BjdElectrycity

ଥାନା ଅଧିକାରୀଙ୍କୁ ନଜଣାଇ ସେ କେଉଁଆଡ଼େ ଯିବେ ନାହିଁ । ଘଟଣା ସହିତ ସମ୍ପୃକ୍ତ କୌଣସି ସାକ୍ଷ୍ୟ ପ୍ରମାଣଙ୍କୁ ସେ ଦେଖାକରିପାରିବେନାହିଁ । ୧୦ ଦିନ ପରେ ପୁଣି କୋର୍ଟରେ ସରେଣ୍ଡର ହେବାକୁ ନିର୍ଦ୍ଦେଶ ରହିଛି ।

ସରୋଜର ଘର ନୟାଗଡ଼ ଯଦୁପୁର ଗାଁରେ । ତା ନାଁରେ ୧୪ ଜୁଲାଇ ୨୦୨୦ରେ ସେହି ଗାଁର ୫ ବର୍ଷୀୟ ଝିଅ  ପରୀକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ନିଜ ଘର ସାମ୍ନାରେ ଖେଳୁଥିବା ବେଳେ ସେ ନିଖୋଜ ହୋଇଯାଇଥିଲେ ।

୧୦ ଦିନ ପରେ ତାଙ୍କ ମୃତଦେହ ଏକ ପୋଖରୀ ନିକଟରୁ ଅଖା ଭିତରୁ ଉଦ୍ଧାର କରାଯାଇଥିଲା । ଅଭିଯୁକ୍ତ ସରୋଜ ଏହା ଘଟାଇଥିବା ସ୍ୱୀକାର କରିଥିଲା । ସେ ନାବାଳକ ଥିବାରୁ ତାକୁ ବାଳସୁଧାର ଗୃହରେ ରଖାଯାଇଥିଲା । ସେଠାରୁ ତାକୁ ଅନ୍ତରୀଣ ଜାମିନରେ ଯିବାକୁ ହାଇକୋର୍ଟ ଅନୁମତି ଦେଇଛନ୍ତି ।

Leave A Reply

Your email address will not be published.