Latest Odisha News

BREAKING NEWS

ନିର୍ବାଚନ ଫଳାଫଳ ଘୋଷଣା ହେବା ଦିନ ହିଁ ମୁଁ ଓପିସିସି ମୁଖ୍ୟ ପଦବୀରୁ ଇସ୍ତଫା ଦେଇଛି: ନିରଞ୍ଜନ

ଭୁବନେଶ୍ୱର: ଯେଉଁଦିନ ନିର୍ବାଚନ ଫଳାଫଳ ଘୋଷଣା ହୋଇଥିଲା ସେହିଦିନ ହିଁ ‘ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି’ (ଓପିସିସି) ସଭାପତି ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ବୋଲି ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ ସୋମବାର ଦିନ କହିଛନ୍ତି ।

“ଓଡ଼ିଶା ବିଧାନସଭା ଓ ଲୋକସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ଦିନ ହିଁ ମୁଁ ମୋର ଇସ୍ତଫା ପତ୍ର ଦଳର ସୁପ୍ରିମୋଙ୍କ ନିକଟକୁ ପଠାଇଦେଇଥିଲି । ମାତ୍ର ଦଳର ମୁଖ୍ୟ ଏଯାଏଁ ମୋ ଇସ୍ତଫାପତ୍ର ଗ୍ରହଣ କରିନାହାନ୍ତି । ମୁଁ ଇତିମଧ୍ୟରେ ତିନିଥର ଦିଲ୍ଲୀ ଗସ୍ତରେ ଯାଇ ଦଳର ସୁପ୍ରିମୋଙ୍କୁ ମୋ ଇସ୍ତଫା ପତ୍ର ଗ୍ରହଣ କରିବା ଲାଗି ଅନୁରୋଧ କରିଛି । ଏପରିକି ରବିବାର ଦିନ ଦଳର ମୁଖ୍ୟଙ୍କୁ ଏନେଇ ଅନୁରୋଧ ମଧ୍ୟ କରିଥିଲି,” ଏହା ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି ନିରଞ୍ଜନ ।

ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ଏକ ପ୍ରଶ୍ନର ଉତ୍ତରରେ ନିରଞ୍ଜନ କହିଛନ୍ତି, ଯେଉଁପରି ଢଙ୍ଗରେ କେନ୍ଦ୍ର ଦ୍ୱାରା ଏହା ଉଚ୍ଛେଦ କରାଗଲା ତାହା ଠିକ୍ ହୋଇନାହିଁ ।

ଏହି ପ୍ରସଙ୍ଗରେ ସେ ଭାରତୀୟ ଜନତା ପାର୍ଟିକୁ ଭତ୍ସନା କରିବାକୁ ପଛାଇନାହାନ୍ତି ।

“ଜନସାଧାରଣଙ୍କୁ ଅବଗତ କରାଗଲା ନାହିଁ ଯେ, କାହିଁକି ଜମ୍ମୁ ଓ କାଶ୍ମୀର ରାଜ୍ୟରେ ଧାରା ୩୭୦ ଲାଗୁ ହୋଇଥିଲା ଏବଂ ଲୋକଙ୍କ ବିଶ୍ୱାସ ଭାଜନ ହେବାଲାଗି ଗୈରିକଦଳ ଗାନ୍ଧୀ ଓ ନେହେରୁ ପରିବାର ଉପରେ ଅଯଥା ଦୋଷ ଲଦିଦେବା ଠିକ୍ ହୋଇନାହିଁ,” ଏହା କହିଛନ୍ତି ନିରଞ୍ଜନ ।

Leave A Reply

Your email address will not be published.