Latest Odisha News

BREAKING NEWS

ନନ୍ଦନକାନନରେ ପାଳିତ ହେଲା ‘ବିଶ୍ୱ ହାତୀ ଦିବସ’

ଭୁବନେଶ୍ୱର: ସାରା ବିଶ୍ୱରେ ସୋମବାର ଦିନ ‘ବିଶ୍ୱ ବ୍ୟାପୀ ହାତୀ ଦିବସ’ ପାଳନ କରାଯାଉଥିବା ବେଳେ ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମଧ୍ୟ ଏହି ଦିନ ବଡ ଆନନ୍ଦଉଲ୍ଲାସର ସହ ପାଳିତ ହୋଇଛି ।

ଏହି ଅବସରରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆୟୋଜିତ ହୋଇଥିବା ଏକ ସ୍ୱତନ୍ତ୍ର ଉତ୍ସବରେ ହାତୀମାନଙ୍କୁ କଦଳୀ, ନଡିଆ ଓ ବିଭିନ୍ନ ଫଳମୂଳ ଖାଇବାକୁ ଦିଆଯାଇଛି । ଏନେଇ ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି ।

ଅପରପକ୍ଷରେ ଏଠାରେ ଥିବା ୮ଟି ହାତୀ ମଧ୍ୟରୁ ଉତ୍ସବସ୍ଥଳୀକୁ ମାତ୍ର ୪ଟି ହାତୀକୁ ଅଣାଯାଇଥିଲା । ତେବେ ଆଜି ନନ୍ଦନକାନନ ଛୁଟି ରହିଥିବାବେଳେ ହାତୀଙ୍କୁ ଦେଖିବା ଲାଗି ପର୍ଯ୍ୟଟକଙ୍କ ବେଶ ଭିଡ ଜମିଥିଲା ।

ସୂଚନାଯୋଗ୍ୟ, ସମାଜରେ ହାତୀଙ୍କ ସୁରକ୍ଷା ଲାଗି ତଥା ଲୋକମାନଙ୍କ ମଧ୍ୟରେ ସଚେତନତା ଜାଗ୍ରତ କରିବା ପାଇଁ ୨୦୧୨ ମସିହା ଅଗଷ୍ଟ ୧୨ ତାରିଖ ଠାରୁ ଏହି ‘ବିଶ୍ୱ ହାତୀ ଦିବସ’ ପାଳନ କରାଯାଇଆସୁଅଛି।

Leave A Reply

Your email address will not be published.