ନୂଆଦିଲ୍ଲୀ: ଭାରତର ଅନ୍ୟତମ ବିମାନ କମ୍ପାନୀ ଇଣ୍ଡିଗୋ ଉପରେ ଆୟକର ବିଭାଗ ୯୪୪.୨୦ କୋଟି ଟଙ୍କାର ଜୋରିମାନା ଲଗାଇଛି।
ଏହି ଅର୍ଡର ଶନିବାର ଦିନ ଇଣ୍ଡିଗୋର ମୂଳ କମ୍ପାନୀ ଇଣ୍ଟରଗ୍ଲୋବ ଆଭିଏସନ୍ କୁ ମିଳିଛି। ରବିବାର ଏକ ନିୟାମକ ଫାଇଲିଂରେ, ଇଣ୍ଡିଗୋ କହିଛି ଯେ ଆୟକର ବିଭାଗର ମୂଲ୍ୟାୟନ ୟୁନିଟ୍ (ଆୟକର କର୍ତ୍ତୃପକ୍ଷ) ୨୦୨୧-୨୨ ମୂଲ୍ୟାଙ୍କନ ବର୍ଷ ପାଇଁ ଏହି ଜୋରିମାନା ଲାଗି ଏକ ଆଦେଶ ପାସ୍ କରାଯାଇଛି।
ଆୟକର କମିଶନର (CIT(A))ଙ୍କ ନିକଟରେ ଧାରା ୧୪୩ (୩) ଅନୁଯାୟୀ ମୂଲ୍ୟାଙ୍କନ ଆଦେଶ ବିରୁଦ୍ଧରେ କମ୍ପାନୀ ଦ୍ୱାରା ଦାଖଲ କରାଯାଇଥିବା ଆବେଦନକୁ ଖାରଜ କରାଯାଇଥିବା ଭୁଲ ବୁଝାମଣା ଆଧାରରେ ଏହି ନିର୍ଦ୍ଦେଶ ଦିଆଯାଇଛି। ତେବେ ମାମଲା ବର୍ତ୍ତମାନ ବିଚାରାଧୀନ ରହିଛି।
ଆୟକର କର୍ତ୍ତୃପକ୍ଷଙ୍କ ଦ୍ୱାରା ଦିଆଯାଇଥିବା ଏହି ନିର୍ଦ୍ଦେଶ ବେଆଇନ ବୋଲି କମ୍ପାନୀ ତରଫରୁ ଦାବି କରାଯାଇଛି। ତେବେ ଏଥିରେ କୌଣସି ସତ୍ୟତା ନାହିଁ ଓ ଏହି ଅର୍ଡରକୁ ଚ୍ୟାଲେଞ୍ଜ କରିବା ନେଇ କମ୍ପାନୀ ତରଫରୁ କୁହାଯାଇଛି। ଏହି ଅର୍ଡର ପ୍ରଭାବରେ କମ୍ପାନୀର ଆର୍ଥିକ ସ୍ଥିତି, କାର୍ଯ୍ୟ କିମ୍ବା ଅନ୍ୟାନ୍ୟ କାର୍ଯ୍ୟକଳାପ ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି କମ୍ପାନୀ ଦାବି କରିଛି।
Comments are closed.