ମୁମ୍ବାଇ: ଆଜି ବଲିଉଡର କ୍ୟୁଟ୍ ଓ ଚାଁର୍ମିଙ୍ଗ୍ ଅଭିନେତା ଶାହିଦ କପୁରଙ୍କ ଜନ୍ମଦିନ। ଶାହିଦ କପୁର ଜଣେ ବହୁତ ଭଲ ଅଭିନେତା ସହ ଦମଦାର ଡ୍ୟାନ୍ସର ମଧ୍ୟ। ପ୍ରଥମେ ଇଣ୍ଡଷ୍ଟ୍ରିରେ ସେ ଚକଲେଟ୍ ବଏ ଭାବେ ନିଜର ଇମେଜ କ୍ରିଏଟ କରିଥିଲେ । ବଡ ପରଦାରେ ନିଜ ଅଭିନୟର ଜାଦୁରେ ସମସ୍ତଙ୍କ ମନ କିଣିଥିବା ଶାହିଦଙ୍କ ଚାର୍ମ ଆଜି ବି ଅକ୍ଷୁର୍ଣ୍ଣ ରହିଛି । ଆଜି ସେ ବି ଟାଉନର ଏ-ତାଲିକା ଅଭିନେତା । ଫିଲ୍ମ ‘କବୀର ସିଂ’ ତାଙ୍କ କ୍ୟାରିୟରର ଟର୍ନିଂ ପଏଣ୍ଟ ଥିଲା । ଯାହା ବକ୍ସ ଅଫିସ ସହ ତାଙ୍କ କ୍ୟାରିଅରକୁ ସଫଳତାର ଆଉ ଏକ ଚାହାଚକୁ ନେଇଥିଲା । ତାଙ୍କ ପାଇଁ ୧୦୦ କୋଟି ଟଙ୍କାର ଅଭିନେତା ହେବା ଏତେ ସହଜ ନଥିଲା ।
ଆଜି ସମସ୍ତ ହିଟ୍ ଅଭିନେତାମାନଙ୍କ ମଧ୍ୟରେ ଶାହିଦଙ୍କ ନାଁ ଗଣାଯାଉଛି । ସେ ତାଙ୍କ ଜେନେରେସନର ସବୁଠାରୁ ଲୋକପ୍ରିୟ ଅଭିନେତା ଥିଲେ । ବର୍ତ୍ତମାନ ସେ ତାଙ୍କ ବୃତ୍ତିଗତ ଜୀବନରେ ବହୁ ଆଗକୁ ବଢିଛନ୍ତି । କିନ୍ତୁ ଏପରି ଏକ ସମୟ ଥିଲା ଯେତେବେଳେ ଲକ୍ଷ ଲକ୍ଷ ଝିଅଙ୍କ ପ୍ରିୟ ଶାହିଦ ତାଙ୍କ ବ୍ୟକ୍ତିଗତ ଜୀବନରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ତାଙ୍କ ଜୀବନରେ ଏପରି ଏକ ସମୟ ଆସିଥିଲା ଯେତେବେଳେ ସେ କ’ଣ କରିବେ କଣ ନାହିଁ କିଛି ବୁଝିବା ଅବସ୍ଥାରେ ନଥିଲେ । ସବୁକିଛି ସତେ ଯେପରି ତାଙ୍କୁ ଅର୍ଥହୀନ ମନେ ହେଉଥିଲା |
ଶେଷରେ ଶାହିଦ ଆଧ୍ୟାତ୍ମିକତାର ମାର୍ଗ ବାଛିଥିଲେ । ତାଙ୍କର ଏହି ଗୋଟିଏ ନିଷ୍ପତ୍ତି ତାଙ୍କ ଜୀବନକୁ ଏତେ ବଦଳାଇଲା ଯେ ସେ ଆଉ ପଛକୁ ଚାହିଁ ନଥିଲେ । ଫେବୃଆରୀ ୨୫, ୧୯୮୧ରେ ଜନ୍ମ ହୋଇଥିବା ଶାହିଦ ଅଭିନେତା ପଙ୍କଜ କପୁର ଓ ନୀଲିମା ଆଜିମଙ୍କ ପୁଅ । ସେ ଜନ୍ମ ବେଳେ ଏତେ ସୁନ୍ଦର ଥିଲେ ଯେ ତାଙ୍କ ନାମ ତାଙ୍କ ସୁନ୍ଦରତାକୁ ଦେଖି ଶାହିଦ ରଖାଯାଇଥିଲା । ତାଙ୍କ ପିତାମାତାଙ୍କ ଅଲଗା ହେବା ଏବଂ ଚଳଚ୍ଚିତ୍ରରେ ଭଲ ସୁଯୋଗ ପାଇବା ସତ୍ତ୍ଵେ ମଧ୍ୟ କ୍ଷାତି ନପାଇବା ତାଙ୍କୁ ପୁରା ହତାଶ କରିଦେଇଥିଲା | ଏହି ସମୟରେ ଶାହିଦ ଆଧ୍ୟାତ୍ମିକତାର ମାର୍ଗ ଅନୁସରଣ କରିବାକୁ ନିଷ୍ପତ୍ତି ନେଇଥିଲେ । ପରଦାର ରୋମାଣ୍ଟିକ୍ ଚକୋଲେଟ ହିରୋ ଶାହିଦ ଶେଷରେ ରାଧାସ୍ଵାମୀ ସତସଙ୍ଗ ସଂଗଠନରେ ଯୋଗଦେଇଥିଲେ ।
ଶାହିଦଙ୍କ କହିବା ଅନୁସାରେ ସତସଙ୍ଗରେ ଯୋଗ ଦେବା ପରେ ସେ ନିଜ ଜୀବନର ପ୍ରକୃତ ମୂଲ୍ୟ ବୁଝିପାରିଥିଲେ । ଏହି ଧାର୍ମିକ ବିଶ୍ୱାସ ତାଙ୍କୁ ତାଙ୍କ ଜୀବନ ସାଥୀ ମୀରା ରାଜପୁତଙ୍କ ସହ ମିଶାଇଥିଲା । ଯିଏକି ସେହି ରାଧାସ୍ଵାମୀ ସଂଗଠନ ସହ ଜଡିତ ଥିଲେ । ମୀରାଙ୍କୁ ବିବାହ କରିବା ପରେ ତାଙ୍କ ଜୀବନର ସମସ୍ତ କଠିନ ସମୟ ଧିରେ ଧିରେ ଚାଲିଯାଇଥିଲା ।
Comments are closed.