Latest Odisha News

BREAKING NEWS

ମୁକୁଳା ଡ୍ରେନ୍‌ରେ ପଡ଼ିଗଲେ ଯୁବକ, ଆଖିରେ ଗଳିଗଲା ଲୁହା ରଡ୍

ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଧଳପୁର ସ୍ଥିତ ପୂର୍ତ୍ତ ବିଭାଗ ରାସ୍ତାରେ ଥିବା ଏକ ମୁକୁଳା ଡ୍ରେନରେ ପଡ଼ି ଯୁବକ ଗୁରୁତର । ଆଖି ଭିତରକୁ ପଶିଗଲା ଲୁହା ରଡ । ଫଳରେ ଗୁରୁତର ଅବସ୍ଥାରେ ଯୁବକଙ୍କୁ ଧଳପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ, ଏହି ରାସ୍ତାରେ ଆଜି ଯୁବକ ଜଣକ ସାଇକେଲରେ ଯାଉଥିବାସମୟରେ ସାମ୍ନା ପଟରୁ ଏକ ଟ୍ରକ ଆସୁଥିବା ବେଳେ ଭାରସାମ୍ୟ ହରାଇ ସେ ମୁକୁଳା ଡ୍ରେନରେ ପଡ଼ିଯାଇଥିଲେ । ଏହାଦେଖି ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ସେଠାରୁ ଉଦ୍ଧାର କରିଥିଲେ । ଦେଖିବାବେଳେକୁ ତାଙ୍କ ଆଖିରେ ଲୁହା ଛଡ଼ ଗଳି ଯାଇଥିଲା । ଗୁରୁତରଙ୍କ ପରିଚୟ ମିଳିନଥିବା ବେଳେ, ତାଙ୍କୁ ଧଳପୁର ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ମୁକୁଳା ଡ୍ରେନକୁ ଘୋଡାଇବା ପାଇଁ ବାରମ୍ବାର ଅଭିଯୋଗ ପରେ ମଧ୍ୟ ତାହା ଉପରେ ସ୍ଲାବ ପକା ଯାଉନାହିଁ । ପୂର୍ବରୁ ମଧ୍ୟ ଏହି ମୁକୁଳା ଡ୍ରେନ୍ ରେ ପଡି ଜଣଙ୍କର ଜୀବନ ଯାଇଥିବାବେଳେ ଆଉ ଜଣେ ଗୁରୁତର ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି ।

ପୂର୍ତ୍ତ ବିଭାଗ ପକ୍ଷରୁ ଧଳପୁରରେ ନୂଆ ରାସ୍ତା ନିର୍ମାଣ ଚାଲିଥିଲା । ଦୀର୍ଘ ଦିନ ହେଲା ରାସ୍ତା ନିର୍ମାଣ ସରିଛି ହେଲେ ଡ୍ରେନ ଗୁଡ଼ିକ ମୁକୁଳା ପଡ଼ିଛି । ଫଳରେ ଆଜି ଏହି ଅଘଟଣ ଘଟିଛି । ମୁକୁଳା ଡ୍ରେନକୁ ଘୋଡାଇବା ସହ ଯୁବକଙ୍କୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ଲୋକେ ।

Leave A Reply

Your email address will not be published.