Latest Odisha News

BREAKING NEWS

ଖାଇକୁ ଖସିଲା ମିନିବସ୍‌, ଚାଲିଗଲା ୫ ଜଣଙ୍କ ଜୀବନ

ଶ୍ରୀନଗର: ଜାମ୍ମୁକଶ୍ମୀରର କଠୁଆ ଜିଲ୍ଲାରେ ବଡ଼ ଅଘଟଣ  । ଖାଇକୁ ଖସିଲା ମିନିବସ୍‌  । ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି  ।

ସୂଚନା ଅନୁଯାୟୀ, ଜାମ୍ମୁକଶ୍ମୀରର ବିଲ୍ଲାୱାର୍‌ ଅନ୍ତର୍ଗତ ସିଲା ଗାଁରେ ଦୁର୍ଘଟଣା ଘଟିଛି। କୌଗ୍‌ରୁ ଲୋକମାନଙ୍କୁ ନେଇ ଡାନ୍ନି ପାରୋଲ୍‌ ଯାଉଥିବା ବେଳେ ଗାଡ଼ିଟି ସିଲା ଗାଁଠାରେ ଭାରସମ୍ୟ ହରାଇ ମିନିବସ୍‌ଟି ଗଭୀର ଖାଇକୁ ଖସି ପଡ଼ିବାରୁ ଦୁର୍ଘଟଣା ଘଟିଛି। ଦୁର୍ଘଟଣାସ୍ଥଳରେ ଜଣେ ୬୦ ବର୍ଷୀୟ ମହିଳାଙ୍କ ସମେତ ୪ଜଣଙ୍କର ମୃତ୍ୟୁ ଘଟିଥିଲା ।

ମୃତ ବ୍ୟକ୍ତିମାନେ ହେଲେ ବଣ୍ଟୁ, ହଂସରାଜ, ଅଜିତ ସିଂହ, ଆମ୍‌ରୁ ଏବଂ କାକୁ ରାମ।ଏନେଇ ଆହତ ହୋଇଥିବା ୧୫ଜଣ ଯାତ୍ରୀଙ୍କୁ ବିଲ୍ଲାୱାର୍‌ସ୍ଥିତ ସବ୍‌-ଡି‌ଷ୍ଟ୍ରିକ୍ଟ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ବିଲ୍ଲାୱାର ପୁଲିସ ଘଟଣାର ତଦନ୍ତ ଚଳାଇଛି ।

Leave A Reply

Your email address will not be published.