ଦିଲ୍ଲୀ : ଶତ୍ରୁକୁ ଟକ୍କର ଦେବା ପାଇଁ ଭରତୀୟ ସେନାର ପ୍ରସ୍ତୁତି ଆରମ୍ଭ । ଫ୍ରାନ୍ସ ବାୟୁସେନାରେ ପୂର୍ବରୁ ବ୍ୟବହାର ହୋଇଥିବା ଦୁଇଟି ମିରେଜ ୨୦୦୦ ଲଢୁଆ ବିମାନ ଗୁରୁବାର ଭାରତରେ ପହଁଚିଛି ।ଏହି ବିମାନ ଗ୍ୱାଲିଅର ଏୟାରବେସରେ ପହଁଚିଛି । ତେବେ ବାୟୁସେନାରେ ସାମିଲ କରିବା ପୂର୍ବରୁ ହିନ୍ଦୁସ୍ଥାନ ଏରୋନୋଟିକ୍ସ ଲିମିଟେଡ୍ (ହାଲ) ରେ ଏହି ଦୁଇଟି ବିମାନରେ ଯନ୍ତ୍ରାଂଶ ଲଗାଯିବ ।ଏହା ହେବା ଫଳରେ ଭାରତୀୟ ଭୌଗଳିକ ସ୍ଥିତି ଅନୁସାରେ ଏହା ଚାଲିବ ।ଭାରତୀୟ ଫ୍ରାନ୍ସ ଠାରୁ ଏପର୍ଯ୍ୟନ୍ତ ୫୧ ଟି ମିରଜ ମିଳି ସାରିଲାଣି । ଏହି ବିମାନ ଗୁଡିକ ଉନ୍ନତି କରଣ ପାଇଁ ଦୁଇ ଦେଶ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଏହି ଭିତରେ ମିରେଜ ଦୁର୍ଘଟଣା ଗ୍ରସ୍ତ ହୋଇ କେତେକ କିଟ୍ ମଧ୍ୟ ବଦଳା ସରିଛି । ଆସନ୍ତା ୨୦୩୫ ଏପର୍ଯ୍ୟନ୍ତ ମିରେଜ ବିମାନଗୁଡିକୁ ସେବା ଉପେଯାଗୀ କରି ରଖିବାକୁ ବାୟୁସେନା ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।
BREAKING NEWS
- ଏହି ଦିନ ପରଦାକୁ ଆସିବ ‘ଚକ୍ରାନ୍ତ’;ରହସ୍ୟ, ସସପେନ୍ସ ଓ ଥ୍ରିଲରର ନୂଆ ଯାତ୍ରା…
- Ajit Pawar death: ଅଜିତ ପାୱାରଙ୍କ ମୃତ୍ୟୁର ତଦନ୍ତ ସୁପ୍ରିମକୋର୍ଟଙ୍କ ତଦାରଖରେ ହେଉ: ମମତା
- Russian Drone Strike On Ukraine: ୟୁକ୍ରେନର ଯାତ୍ରୀବାହୀ ଟ୍ରେନ ଉପରେ ରୁଷିଆର ଆକ୍ରମଣ, ୫ ଜଣଙ୍କ ମୃତ୍ୟୁ…
- Blood Pressure: ମିଠା ଖାଇଲେ ବଢିଯାଏ କି ରକ୍ତଚାପ?, କାହିଁକି ବିପି କମିଗଲେ ସଙ୍ଗେ ସଙ୍ଗେ ଚିନି ଖାଆନ୍ତି ଲୋକେ?
- ବାଣ ଫୁଟି ପୁଣି ଗଲା ଜଣଙ୍କ ଜୀବନ
- ଓଜେଇଇ ୨୦୨୬ ପାଇଁ ପଞ୍ଜୀକରଣ ଆରମ୍ଭ
- ୬ ବର୍ଷ ତଳେ କିଛି ଏପରି କରି ରାଜନୀତିର କେନ୍ଦ୍ରରେ ଥିଲେ ପାୱାର, ମହାରାଷ୍ଟ୍ରରେ ବିଜେପିକୁ ଏମିତି ଉପହାର ଦେଇଥିଲେ…
- ଅଜିତ ପାୱାରଙ୍କ ନିଧନ; ମହାରାଷ୍ଟ୍ରରେ ୩ ଦିନିଆ ଶୋକ ଘୋଷଣା
- ପାକିସ୍ତାନୀ ସେନା ଉପରେ ଆକ୍ରମଣ; ୧୨ଜଣଙ୍କ ମୃତ୍ୟୁ
- ବିମାନ ଇତିହାସରେ ଏହି ୧୩ ଦୁର୍ଘଟଣା…ବିଶ୍ଵ ବିମାନ ଚଳାଚଳକୁ ଦେଇଥିଲା ନୂଆ ଦିଗ…
Comments are closed.