Latest Odisha News

ଭାରତୀୟ ବାୟୁସେନା ଫ୍ରାନ୍ସଠାରୁ ଆଣିଲା ମିରାଜ-୨୦୦୦ ଲଢୁଆ ବିମାନ

ଦିଲ୍ଲୀ : ଶତ୍ରୁକୁ ଟକ୍କର ଦେବା ପାଇଁ ଭରତୀୟ ସେନାର ପ୍ରସ୍ତୁତି ଆରମ୍ଭ । ଫ୍ରାନ୍ସ ବାୟୁସେନାରେ ପୂର୍ବରୁ ବ୍ୟବହାର ହୋଇଥିବା ଦୁଇଟି ମିରେଜ ୨୦୦୦ ଲଢୁଆ ବିମାନ ଗୁରୁବାର ଭାରତରେ ପହଁଚିଛି ।ଏହି ବିମାନ ଗ୍ୱାଲିଅର ଏୟାରବେସରେ ପହଁଚିଛି । ତେବେ ବାୟୁସେନାରେ ସାମିଲ କରିବା ପୂର୍ବରୁ ହିନ୍ଦୁସ୍ଥାନ ଏରୋନୋଟିକ୍ସ ଲିମିଟେଡ୍ (ହାଲ) ରେ ଏହି ଦୁଇଟି ବିମାନରେ ଯନ୍ତ୍ରାଂଶ ଲଗାଯିବ ।ଏହା ହେବା ଫଳରେ ଭାରତୀୟ ଭୌଗଳିକ ସ୍ଥିତି ଅନୁସାରେ ଏହା ଚାଲିବ ।ଭାରତୀୟ ଫ୍ରାନ୍ସ ଠାରୁ ଏପର୍ଯ୍ୟନ୍ତ ୫୧ ଟି ମିରଜ ମିଳି ସାରିଲାଣି । ଏହି ବିମାନ ଗୁଡିକ ଉନ୍ନତି କରଣ ପାଇଁ ଦୁଇ ଦେଶ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଏହି ଭିତରେ ମିରେଜ ଦୁର୍ଘଟଣା ଗ୍ରସ୍ତ ହୋଇ କେତେକ କିଟ୍ ମଧ୍ୟ ବଦଳା ସରିଛି । ଆସନ୍ତା ୨୦୩୫ ଏପର୍ଯ୍ୟନ୍ତ ମିରେଜ ବିମାନଗୁଡିକୁ ସେବା ଉପେଯାଗୀ କରି ରଖିବାକୁ ବାୟୁସେନା ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

Comments are closed.