Latest Odisha News

ଭାରତୀୟ ବାୟୁସେନାରେ ସାମିଲ ହେଲା ୮ ଆପାଚି ହେଲିକପ୍ଟର

ନୂଆଦିଲ୍ଲୀ: ଆମେରିକାରେ ନିର୍ମିତ ହେଭି-ଲିଫ୍ଟ ବିଶିଷ୍ଟ ୮ଟି ନୂଆ ଆପାଚି ହେଲିକପ୍ଟର- ୬୪ଇ ଭାରତୀୟ ବାୟୁ ସେନାରେ ସାମିଲ ହୋଇଛି । ଫଳରେ ଭାରତୀୟ ସେନାର ସାମରିକ ଶକ୍ତି ଆହୁରି ବୃଦ୍ଧି ପାଇବ ।

ଭାରତୀୟ ବାୟୁସେନାର ଅଫିସିଆଲ ଟ୍ୱିଟର ଆକାଉଣ୍ଟରୁ ଏହି ସୂଚନା ମିଳିଛି।

ବାୟୁସେନା ପକ୍ଷରୁ ଏୟାର ଚିଫ୍ ମାର୍ଶଲ ବି.ଏସ୍ ଧନୋଆ ପଠାନକୋଟ୍ ବାୟୁସେନା ଘାଟିରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ।

ସୂଚନାଯୋଗ୍ୟ, ଭାରତୀୟ ବାୟୁସେନାରେ ଅତ୍ୟାଧୁନିକ ବିମାନ ଏବଂ ଅସ୍ତ୍ରଶସ୍ତ୍ର ସାମିଲ କରି ଏହାକୁ ପ୍ରତିରକ୍ଷା କ୍ଷେତ୍ରରେ ଅଗ୍ରଣୀ କରିବା ପାଇଁ ଆପାଚି ହେଲିକପ୍ଟରକୁ ଏଥିରେ ସାମିଲ କରିବା ଲାଗି ସରକାର ନିଷ୍ପତ୍ତି ନେଇଥିଲା। ଏଥିପାଇଁ ୨୦୧୫ ମସିହା ସେପ୍ଟେମ୍ୱର ମାସରେ ମୋଟ ୨୨ଟି ଆପାଚି ହେଲିକପ୍ଟର ପାଇଁ ୧୩ ହଜାର ୯୫୨ କୋଟି ଟଙ୍କା ବ୍ୟୟରେ ଆମେରିକା ସହ ଭାରତ ଚୁକ୍ତି କରିଥିଲା।

ଆପାଚି ଲଢୁଆ ହେଲିକ୍ୟାପ୍ଟରକୁ ଦୁନିଆର ସବୁଠାରୁ ଆଧୁନିକ ଏବଂ ଘାତକ ହେଲିକ୍ୟାପ୍ଟର ବୋଲି ମଧ୍ୟ କୁହାଯାଇଥାଏ ।

Comments are closed.