ଭୁବନେଶ୍ୱର: ତାମିଲନାଡୁ କୁନ୍ନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ଜଣେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି । ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରେ ଥିଲେ ଅନୁଗୋଳ ଜିଲ୍ଲାର ଜଣେ ଓଡ଼ିଆ ଯବାନ । ସହିଦ ଓଡ଼ିଆ ଯବାନଙ୍କ ନାଁ ରାଣାପ୍ରତାପ ଦାସ । ସେ ଜୁନିଅର ୱାରେଣ୍ଟ ଅଫିସର ଥିଲେ । ତାଙ୍କ ଘର ଅନୁଗୋଳ ଜିଲ୍ଲା ତାଳଚେର ଅନ୍ତର୍ଗତ କଣ୍ଢାଳ ପଞ୍ଚାୟତର କୃଷ୍ଣଚନ୍ଦ୍ରପୁର ଗାଁରେ ବୋଲି ସୂଚନା ରହିଛି ।
ଗତକାଲି ତାମିଲନାଡୁରେ ବାୟୁସେନା ହେଲିକପ୍ଟର MI-17V-5 ଦୁର୍ଘଟଣାର ଶିକାର ହୋଇଥିଲା । ଏଥିରେ ସିଡିଏସ୍ ଜେନେରାଲ୍ ବିପନ ରାଓ୍ୱତ, ତାଙ୍କ ପତ୍ନୀ ମଧୁଲିକା ରାଓ୍ୱତଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ହେଲିକପ୍ଟରରେ ଥିଲେ ଓଡ଼ିଆ ଯବାନ ରାଣାପ୍ରତାପ ଦାସ । ତାଙ୍କ ବିୟୋଗରେ ଅନୁଗୋଳ ଜିଲ୍ଲା ସମେତ ତାଳଚେର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ସହିଦ ରାଣାପ୍ରତାପଙ୍କ ବିଷୟରେ ଜିଲ୍ଲା ପ୍ରଶାସନ ତରଫରୁ କୌଣସି ଅନୁଷ୍ଠାନିକ ଭାବେ ସୂଚନା ପ୍ରକାଶ କରାଯାଇନି। କିଛି ବର୍ଷ ତଳେ ରାଣାପ୍ରତାପ ବିବାହ କରିଥିଲେ । ତାଙ୍କର ଗୋଟିଏ ପୁଅ ଅଛି । ରାଣା ପ୍ରତାପଙ୍କ ପତ୍ନୀ ପୁଅ ସହ ଦିଲ୍ଲୀରେ ରହୁଛନ୍ତି । ଗାଁରେ ତାଙ୍କ ବାପା ମାଆ ରହୁଛନ୍ତି ।
Comments are closed.