Latest Odisha News

BREAKING NEWS

ବାୟୁସେନା ଆକ୍ରମଣରେ ୩୦୦ ଆତଙ୍କବାଦୀ ନିପାତ, ହାଇଆଲର୍ଟ ଜାରି

ନୂଆଦିଲ୍ଲୀ : ପୁଲୱାମା ଠାରେ ହୋଇଥିବା ଆତଙ୍କବାଦୀଙ୍କ ଆତ୍ମଘାତି ଆକ୍ରମଣର ୧୨ ଦିନ ପରେ ମଙ୍ଗଳବାର ଦିନ ଭାରତୀୟ ସେନା ଏହାର ପ୍ରତିଶୋଧ ନେଇଛି ।

ମିଳିଥିବା ସୂଚନାନୁଯାୟୀ, ଭାରତୀୟ ବାୟୁସେନାର ମିରେଜ ୧୨ଟି ୨୦୦୦ ଜେଟ୍ ବିମାନରେ ପ୍ରାୟ ୧୦୦୦ କିଲୋଗ୍ରାମ ଓଜନର ବୋମା ନିକ୍ଷେପ କରି ଜୈଶ୍-ଇ-ମହମ୍ମଦ ଆତଙ୍କବାଦୀ କ୍ୟାମ୍ପ ଗୁଡ଼ିକୁ ଟାର୍ଗେଟ କରିଛି ଭାରତୀୟ ବାୟୁସେନା ।

ଭାରତୀୟ ବାୟୁସେନା ପକ୍ଷରୁ ମୁଜାଫରାବାଦ ନିକଟ ଏବଂ ପାକିସ୍ତାନର ବାଲାକୋଟ ନିକଟରେ ଉଗ୍ରପନ୍ଥୀଙ୍କ ଗୁପ୍ତ କ୍ୟାମ୍ପ ଉପରେ ବୋମା ମାଡ଼ ହୋଇଛି ।

ଏହି ଆକ୍ରମଣରେ ପାଖାପାଖି ୩୦୦ ଆତଙ୍କବାଦୀ ନିପାତ ହୋଇଥିବା ପ୍ରାଥମିକ ସୂଚନାରୁ ଜଣାଯାଇଛି। ତେବେ ଏହି ଘଟଣା ପରେ ଏବେ ସୀମାରେ ହାଇ ଆଲର୍ଟ ଜାରି କରାଯାଇଥିବା ଜଣାଯାଇଛି। ଅନ୍ତର୍ଜାତୀୟ ସୀମା ତଥା ନିୟନ୍ତ୍ରଣ ରେଖାରେ ନିୟୋଜିତ ବିଏସଏଫ୍ ଯବାନଙ୍କୁ ପ୍ରସ୍ତୁତ ରହିବାକୁ ଆଲର୍ଟ କରାଯାଇଛି । ଆହୁରି ମଧ୍ୟ ଦିଲ୍ଲୀସ୍ଥିତ ସମିନ ହିଣ୍ଡନ୍ ଏୟାରବେସରେ ମଧ୍ୟ ହାଇଆଲର୍ଟ ଜାରି କରାଯାଇଥିବା ନେଇ ଜାତୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ମିଳିଛି ।

ଏହି ଏୟାର ଷ୍ଟ୍ରାଇକ୍ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟାବିନେଟ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଛନ୍ତି ।

ଆହୁରି ମଧ୍ୟ ଗୁଜରାଟର ଜାମନଗର, ମାଲିୟା, ଅହମ୍ମଦାବାଦ ଏବଂ ଭଦୋଦରାଠାରେ ରହିଥିବା ଏୟାରବେସରେ ଆଲର୍ଟ ଜାରି କରାଯାଇଛି। ସେହିଭଳି ପଞ୍ଜାବର ସୀମାବର୍ତ୍ତି ଅଞ୍ଚଳରେ ମଧ୍ୟ ଆଲର୍ଟ ଜାରି କରାଯାଇଛି। ପାକିସ୍ତାନ ପଟୁ ଯେକୌଣସି ପ୍ରତିକ୍ରିୟା ପାଇଁ ଭାରତୀୟ ସେନା ପ୍ରସ୍ତୁତ ରହିଥିବା ଜଣାଯାଇଛି।

Leave A Reply

Your email address will not be published.