Latest Odisha News

BREAKING NEWS

ବାୟୁସେନାର ସର୍ଜିକାଲ୍ ଷ୍ଟ୍ରାଇକରେ ଆତ୍ମଘାତୀ ଆତଙ୍କବାଦୀଙ୍କ ସମେତ ବଡ଼ ଶିବିର ଧ୍ୱଂସ: ଭାରତୀୟ ବୈଦେଶିକ ସଚିବ

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ଘଟଣାରେ ୪୨ ଜଣ ଭାରତୀୟ ଯବାନଙ୍କ ସହିଦ ହେବାର ପ୍ରତିଶୋଧରେ ଭାରତୀୟ ବାୟୁସେନା ୧୨ ଦିନ ପରେ ପାକିସ୍ତାନ ଅଧିକୃତ କାଶ୍ମୀର ଘାଟିରେ ସର୍ଜିକାଲ୍ ଷ୍ଟ୍ରାଇକ୍ କରିଛି । ବାୟୁସେନାର ଏହି ଆକ୍ରମଣରେ ଜୈସ-ଇ-ଅହମ୍ମଦ ସମେତ ଅନେକ ଆତଙ୍କବାଦୀ ସଂଗଠନର ଦୁର୍ଦ୍ଦାନ୍ତ ଆତଙ୍କବାଦୀ, ଆତ୍ମଘାତୀ ଫିଦାଏଁ ସମେତ ସବୁଠାରୁ ବଡ଼ ଆତଙ୍କବାଦୀ କ୍ୟାମ୍ପ ଧ୍ୱଂସ ହୋଇଛି ବୋଲି ଭାରତୀୟ ବୈଦେଶିକ ସଚିବ ବିଜୟ ଗୋଖଲେ କହିଛନ୍ତି ।

ଭାରତୀୟ ବୈଦେଶିକ ସଚିବ ବିଜୟ ଗୋଖଲେ ମଙ୍ଗଳବାର ଦିନ ଗଣମାଧ୍ୟମ ଆଗରେ ପ୍ରକାଶ କରି କହିଛନ୍ତି, ଏହି ଆକ୍ରମଣରେ ଜୈଶର ଆତଙ୍କବାଦୀ ମୃତ୍ୟୁବରଣ କରିଛନ୍ତି ।

ବୈଦେଶିକ ସଚ୍ଚିବ ଗୋଖଲେ ଆଜି ଗଣମାଧ୍ୟମ ନିକଟରେ ପ୍ରକାଶ କରି କହିଛନ୍ତି, ଭାରତ ଜୈଶ ଠିକଣାରେ ନନ ମିଲିଟାରୀ ଆକ୍ସନ ଆଧାରରେ ଆକ୍ରମଣ କରିଛି । ଜୈଶର ଆତଙ୍କୀ ଭାରତରେ ଆଉ ଏକ ଆତ୍ମଘାତୀ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଥିବା ସୂଚନା ମିଳିବା ପରେ ଏହି ଆକ୍ରମଣ କରାଯାଇଥିଲା । ଜୈଶର ସବୁଠାରୁ ବଡ ଟ୍ରେନିଙ୍ଗ କ୍ୟାମ୍ପ ଉପରେ ଏହି ଆକ୍ରମଣ କରାଯାଇଛି । ଏଥିରେ ବହୁ କମାଣ୍ଡର, ସିନିୟର କମାଣ୍ଡର ଏବଂ ବହୁ ବଡ ବଡ ଆତଙ୍କୀ ମୃତ୍ୟୁବରଣ କରିଛନ୍ତି ।

ବୈଦେଶିକ ସଚ୍ଚିବ ଗୋଖଲେ କହିଛନ୍ତି, ଫେବୃଆରୀ ୧୪ରେ ହୋଇଥିବା ଆକ୍ରମଣରେ ପାକିସ୍ତାନ ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ମହମ୍ମଦର ହାତ ଥିଲା । ଏଥିରେ ସିଆରପିଏଫର ୪୦ ଯବାନ ସହିଦ ହୋଇଥିଲେ । ଏହି ଆକ୍ରମଣ ପରେ ଆତଙ୍କୀ ସଙ୍ଗଠନ ଆଉ ଏକ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଥିଲେ । ଜୈଶ ୨୦ ବର୍ଷ ଧରି ପାକିସ୍ତାନରେ ରହି ଆତଙ୍କୀ ଆକ୍ରମଣ ରଚୁଛି । ଏହାର ମୁଖ୍ୟ ମସୂଦ ଅଜହର ଜଣେ ଅନ୍ତରାଷ୍ଟ୍ରୀୟ ଆତଙ୍କବାଦୀ । ୨୦୦୧ରେ ବାରତୀୟ ସଂସଦରେ ଆତଙ୍କବାଦୀ ଆକ୍ରମଣରେ ତାହାର ହାତ ଥିଲା କେବଳ ସେତିକି ନୁହେଁ ୨୦୧୬ରେ ପଠାନକୋଟ ଆକ୍ରମଣରେ ମଧ୍ୟ ସେ ସାମିଲ ଥିଲା । ପାକିସ୍ତାନକୁ ଏହି ବିଷୟରେ ବହୁ ସୂଚନା ଦିଆଯାଇଥିଲେ ମଧ୍ୟ ଏନେଇ କୌଣସୀ କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିଲା ।

କିନ୍ତୁ ଏବେ ପୁଣି ଥରେ ଆତଙ୍କୀ ଆକ୍ରମଣର ଖବର ପାଇବା ପରେ ଭାରତ ଏକ ନନ ମିଲିଟାରୀ ଆକ୍ସନ ପ୍ରସ୍ତୁତ କଲା । ଏହା ପରେ ଆତଙ୍କୀଙ୍କ ବଡ କ୍ୟାମ୍ପ ବାଲାକୋଟରେ ଆକ୍ରମଣ କରାଗଲା ।

ସାଧାରଣ ନାଗରିକଙ୍କୁ ଯେଭଳି କୌଣସୀ କ୍ଷତି ନହେଉ ସେଥିପ୍ରତି ବାୟୁ ସେନା ଧ୍ୟାନ ରଖିଥିଲା । ବାଲାକୋଟରେ ମସୂଦ ଅଜହରର ଶାଳକ ମୌଲାନା ୟୁସୂଫ ଅଜହର ଆତଙ୍କୀ କ୍ୟାମ୍ପ ସଂଚାଳନ କରୁଥିଲା ।

ପାକିସ୍ତାନକୁ ଆତଙ୍କ ଶେଷ କରିବା ପାଇଁ କୌଣସୀ ପଦକ୍ଷେପ ନେଉ ନାହିଁ । ଏହା ଦ୍ୱାରା ସ୍ପଷ୍ଟ ହେଉଛି କି, ପାକିସ୍ତାନ ଏବଂ ଆତଙକବାଦୀମାନେ ହାତ ମିଳେଇଛନ୍ତି ।

Leave A Reply

Your email address will not be published.