Latest Odisha News

ୟୁକ୍ରେନରୁ ଭାରତୀୟଙ୍କୁ ଉଦ୍ଧାର ପାଇଁ ରୋମାନିଆ ଗଲା ବାୟୁସେନାର C-17 ଏୟାରକ୍ରାଫ୍ଟ

ନୂଆଦିଲ୍ଲୀ: ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଭାରତୀୟଙ୍କୁ ଉଦ୍ଧାର ପାଇଁ ଜୋରଦାର ଉଦ୍ୟମ ଚାଲିଛି । ଅପରେସନ୍ ଗଙ୍ଗାରେ ସ୍ୱଦେଶ ଫେରୁଛନ୍ତି ଭାରତୀୟ । ଏହି ଅଭିଯାନରେ ଏବେ ସାମିଲ ହୋଇଛି ଭାରତୀୟ ବାୟୁସେନା । ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ବାୟୁସେନାର C-17 ଏୟାରକ୍ରାଫ୍ଟ ରୋମାନିଆ ଯାତ୍ରା କରିଛି । ଆଜି ଭୋର ୪ଟାରେ ଏହି ବିମାନ ଦିଲ୍ଲୀ ସ୍ଥିତ ହିଣ୍ଡନ ଏୟାରବେସରୁ ଉଡ଼ାଣ ଭରିଛି ।

BjdElectrycity

C-17 ଏୟାରକ୍ରାଫ୍ଟ ଏକାଥରକେ ୩୦୦-୪୦୦ ଲୋଙ୍କୁ ଆଣିପାରିବ । ଗତବର୍ଷ ଆଫଗାନିସ୍ତାନରେ ସେନା ଓ ତାଲିବାନୀଙ୍କ ଲଢ଼େଇ ଭିତରେ ସେଠାରୁ ଭାରତୀୟଙ୍କୁ ଉଦ୍ଧାର ଅଭିଯାନରେ ବାୟୁସେନା ସାମିଲ ହୋଇଥିଲା । ସେତେବେଳେ C-17 ଏୟାରକ୍ରାଫ୍ଟରେ ସ୍ୱଦେଶ ଫେରିଥିଲେ ଭାରତୀୟ ।

ବର୍ତ୍ତମାନ ଅପରେସନ୍ ଗଙ୍ଗାରେ ଏୟାର ଇଣ୍ଡିଆ, ଇଣ୍ଡିଗୋ ଓ ସ୍ପାଇସଜେଟ୍ ବିମାନ ସାମିଲ ହୋଇଛନ୍ତି । ହଙ୍ଗେରା, ରୋମାନିଆ ଓ ପୋଲାଣ୍ଡ ଦେଇ ୟୁକ୍ରେନରୁ ଭାରତୀୟଙ୍କୁ ଫେରାଇ ଅଣାଯାଉଛି । ଗତକାଲି ୬୧୬ ଭାରତୀୟ ସ୍ୱଦେଶ ଫେରିଥିଲେ ।

Comments are closed, but trackbacks and pingbacks are open.