Latest Odisha News

ରୁଷ୍ ପାଇଁ ଆମେରିକା ବାୟୁସୀମା ବନ୍ଦ କଲେ ବାଇଡେନ୍

ଓ୍ୱାଶିଂଟନ୍: ୟୁକ୍ରେନ ବିରୋଧରେ ଯୁଦ୍ଧ କରି ବିଶ୍ୱ ଦରବାରରେ ଏକ ଘରକିଆ ହେଉଛି ରୁଷିଆ । ୟୁରୋପୀୟ ସଂଘର ବହୁ ରାଷ୍ଟ୍ର ରୁଷ୍ ଉପରେ ପ୍ରତିବନ୍ଧନ ଲଗାଉଛନ୍ତି । ଏବେ ରୁଷ୍ ବିରୋଧରେ ବଡ଼ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ରୁଷକୁ ଆମେରିକାର ବାୟୁସୀମା ବନ୍ଦ କରିଛନ୍ତି । ଅର୍ଥାତ ଆମେରିକା ଆକାଶରେ ରୁଷର କୌଣସି ବିମାନକୁ ଉଡ଼ିବାକୁ ଦିଆଯିବ ନାହିଁ ।

ଆମେରିକାର ମିଳିତ କଂଗ୍ରେସକୁ ସମ୍ବୋଧନ ବେଳେ ଏଭଳି ଘୋଷଣା କରିଛନ୍ତି ବାଇଡେନ୍ । ୟୁକ୍ରେନ୍ ଉପରେ ଆକ୍ରମଣକୁ କଡ଼ା ଭର୍ସନା କରିଛନ୍ତି । ବାଇଡେନ୍ କହିଛନ୍ତି, ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣ ଗଣତନ୍ତ୍ର ଉପରେ ଏକଛତ୍ରବାଦର ଆକ୍ରମଣ । ସେହିପରି ରୁଷିଆକୁ ମିଳୁଥିବା ବୈଷୟିକ ଜ୍ଞାନକୌଶଳକୁ ବନ୍ଦ ନେଇ ଘୋଷଣା କରିଛନ୍ତି ଜୋ ବାଇଡେନ୍ ।

ରୁଷର ଆଭିମୁଖ୍ୟକୁ କଡ଼ା ନିନ୍ଦା କରିବା ସହ ୟୁକ୍ରେନ୍ ସହ ଆମେରିକା ରହିଛି ବୋଲି ବାଇଡେନ୍ କହିଛନ୍ତି । ୟୁକ୍ରେନ ସହ ଆମେରିକା ପ୍ରାଚୀର ଭଳି ଠିଆ ହେବ । ରୁଷିଆ ଯୁଦ୍ଧ କରି କିଛି ଫାଇଦା ପାଇପାରେ । କିନ୍ତୁ ଦୀର୍ଘ ମିଆଦି ସୂତ୍ରରେ ବହୁ ମୂଲ୍ୟ ଦେବ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ।

Comments are closed, but trackbacks and pingbacks are open.