Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଚୋରାବାଲି (୨୫)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୨୫ 

ଆରାଧ୍ୟା କପାଳରେ ବିନ୍ଦୁ ବିନ୍ଦୁ ଝାଳ । କୁମାର ଅନେକ ବେଳୁ ଲକ୍ଷ୍ୟ କରୁଛି, ତାଙ୍କ ଅବାନ୍ତର ପ୍ରଶ୍ନ, ଆଉ ତାଙ୍କ ଅସ୍ଥିରତା ।
ମ୍ୟାଡ଼ମ୍ ଆଜି ଠିକ୍ ନାହାନ୍ତି ବୋଧହୁଏ ।

ଏସି ତ ପୁରା ଚିଲ୍ଡ ଅଛି । ଆପଣଙ୍କ କପାଳରେ ବିନ୍ଦୁ ବିନ୍ଦୁ ଝାଳ । ଆପଣ ଠିକ ଅଛନ୍ତି?’

ତୁମେ କୁଆଡେଯାଇଥିଲ କୁମାର?

ଆପଣ ଗଲେନି ମୁଁ ନେଇଆସିଲି । ନିଅନ୍ତୁ ଡିନର୍ ।

ଓଃ.. ଏଇଥି ପାଇଁ ? ମତେ କିନ୍ତୁ ଇଛା ନାହିଁ ।

‘ଅଳ୍ପ!’

ନା…ମୁଁ ଘରକୁ ଯିବାକୁ ଚାହେଁ ।

ଏବେ ତ’ ପାର୍ଟି ଷ୍ଟାର୍ର ହେଲା । ସାର୍‌ଙ୍କର ଲେଟ୍ ହବ । ଆପଣ ଏନ୍‌ଜଏ କରନ୍ତୁ ମ୍ୟାଡ଼ମ ।

ବୁଝାଅନି ମତେ କ’ଣ କରିବାରୁ ହବ । ନିଜ କାମରେ ମନ ଦିଅ ।

….ସରି ।’

ଏମିତି କଥାରେ ଯେ କେହି ଅପମାନିତ ଫିଲ୍ କରିବ । କୁମାର କଲାନି । ସେ ଜାଣେ ଆରାଧ୍ୟାର ଉଦ୍ଦେଶ୍ୟ ସେଇୟା ନୁହେଁ ।

ଓଃ କୁମାର ମୁଁ ଅକାରଣରେ ଚିଡିଗଲି । ଆଇ ଆମ ସରି । ଦେହ ଟିକେ ଭଲ ଲାଗୁନି । ତୁମେ ସାର୍‌ଙ୍କୁ କହି ଦେବ । ମୁଁ ଯାଉଛି ।

ଇଟ୍ସ ଓକେ ମାମ୍ । ଯିବେ? ହେଲେ କାହା ସହ?

କାଇଁ, ଡ଼୍ରାଇଭର ନାହିଁକି?’

ସେ ଚାଲିଗଲାଣି । ଜଣେ ଅଛି, ସାରଙ୍କ ଡ଼୍ରାଇଭର । ଗେଷ୍ଟଙ୍କୁ ନେଇ ଏୟାରପୋର୍ଟରେ ଛାଡିବ । ରାତି ଚାରିଟାରେ ତାଙ୍କ ଫ୍ଲାଇଟ୍‌ ଅଛି ।’‘

ତାହେଲେ କ’ଣ କହୁଛ? ମୁଁ ଚାଲିଚାଲି ଚାଲିଯିବି?

ପ୍ଲିଜ୍ ମ୍ୟାଡ଼ମ ।

ଓକେ ଟିକେ ଅପେକ୍ଷା କରନ୍ତୁ । ରୁହନ୍ତୁ ମୁଁ ନେଇ ଛାଡ଼ି ଆସିବି । ଖାଲି ସାର୍‌ଙ୍କୁ ଟିକେ ଜଣେଇ ଦିଏ ।

କ୍ରମଶଃ…..

Comments are closed, but trackbacks and pingbacks are open.