Latest Odisha News

BREAKING NEWS

ମାତ୍ର ୨୦୦ ଟଙ୍କାରେ ପାଇବେ ଭଳି କି ଭଳି ପନିପରିବା, ଜାଣନ୍ତୁ କେମିତି…

ନୂଆଦିଲ୍ଲୀ: ବର୍ତ୍ତମାନ, ଦୁଇ-ଚାରୋଟି ପନିପରିବା ବ୍ୟତୀତ ବଜାରରେ ସମସ୍ତ ପନିପରିବାର ଦର ଆକାଶଛୁଆଁ । ସାଧାରଣ ଲୋକେ ଫୁଲ କୋବି, ପତ୍ର କୋବି, ଗାଜର ଏବଂ କିଛି କିଛି ସବୁଜ ପନିପରିବା ଖାଇବାକୁ ବାଧ୍ୟ ହେଉଛନ୍ତି । କାରଣ ଏଗୁଡିକ ବର୍ତ୍ତମାନ କମ୍ ଦରରେ ବିକ୍ରି ହେଉଥିବାରୁ ସେମାନଙ୍କ ବଜେଟ୍ ଭିତରେ ଆସୁଛି । କିନ୍ତୁ ସବୁ ଦିନ ଗୋଟିଏ ପ୍ରକାର ଖାଦ୍ୟ ଖାଇ ଖାଇ ଲୋକମାନେ ବିରକ୍ତ ହୋଇଯାଉଛନ୍ତି । ଏହାରିଭିତରେ ଭାରତୀୟ କୃଷି ଅନୁସନ୍ଧାନ ପ୍ରତିଷ୍ଠାନ (IARI-Pusa) ଲୋକଙ୍କ ପାଇଁ ସ୍ୱତନ୍ତ୍ର ‘ଅଫର୍’ | ମାତ୍ର ୨୦୦ ଟଙ୍କାରେ ଆପଣ ପାଇପାରିବେ ଭିନ୍ନ ଭିନ୍ନ ପନିପରିବା । ଏହି ଅଫରର ସବୁଠାରୁ ବିଶେଷ କଥା ହେଉଛି ଏହି ପନିପରିବା ସଂପୂର୍ଣ୍ଣ ଭାବରେ ଜୈବିକ ହେବ | ତେବେ ଆସନ୍ତୁ ଜାଣିବା ପୁସାର ଏହି ବିଶେଷ ‘ଅଫର୍’ କ’ଣ?

ସହରରେ ରହୁଥିବା ଲୋକମାନେ ବାଲକୋନି କିମ୍ବା ଛାତ ଉପରେ ବିଭିନ୍ନ ପ୍ରକାରର ଗଛ ଲଗାଇ ବଗିଚା କରନ୍ତି । ଛୋଟରୁ ଆରମ୍ଭ କରି ବଡ ବଡ କୁଣ୍ଡରେ ବିଭିନ୍ନ ପ୍ରକାରର ଗଛ ଲଗାଇଥାଆନ୍ତି । ଏହାକୁ କିଚେନ୍ ଗାର୍ଡେନିଙ୍ଗ କୁହାଯାଏ । କିଚେନ୍ ଗାର୍ଡେନିଙ୍ଗ କରୁଥିବା ଲୋକଙ୍କୁ ଧ୍ୟାନରେ ରଖି ପୁସା ୨୦୦ ଟଙ୍କା ମୂଲ୍ୟରେ ଉନ୍ନତ କିସମର ମଞ୍ଜି ଯୋଗାଇ ଦେଉଛି ।

IARI-Pusa ର ମୁଖ୍ୟ ବୈଜ୍ଞାନିକ ତଥା ବିହନ ଉତ୍ପାଦନ ୟୁନିଟ୍ ର ଦାୟିତ୍ୱରେ ଥିବା ଡକ୍ଟର ଜ୍ଞାନେନ୍ଦ୍ର ସିଂ କହିଛନ୍ତି ଯେ, ଗ୍ରୀଷ୍ମ ଋତୁରେ ସିଜନାଲ ପନିପରିବାର ମଞ୍ଜି ଉପଲବ୍ଧ ହେଉଛି | ଏଥିରେ ୮ ଟି ବିଭିନ୍ନ ପ୍ରକାରର ମଞ୍ଜି ଥାଏ | ଏହି ପ୍ୟାକେଟରେ ପିଲାଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପସନ୍ଦର ପନିପରିବା ମଞ୍ଜି ଦିଆଯାଉଛି | ମୁଖ୍ୟ ବୈଜ୍ଞାନିକଙ୍କ କହିବାନୁସାରେ, ପ୍ୟାକେଟ ତିଆରି କରିବା ସମୟରେ ଲୋକଙ୍କ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖାଯାଇଛି । ଏହି ପନିପରିବା ସନ୍ତୁଳିତ ପୁଷ୍ଟିକର ଖାଦ୍ୟ ଯୋଗାଇବ ।

ସେ କହିଛନ୍ତି ଯେ, ଯଦି ଲୋକମାନେ ଘରେ ୨୦୦ ଟଙ୍କା ମୂଲ୍ୟର ଏହି ମଞ୍ଜି ନେଇ ଗଛ ଲଗାନ୍ତି, ତେବେ ଗ୍ରୀଷ୍ମ ଋତୁରେ ବଜାରରୁ ପନିପରିବା କିଣିବା ଆବଶ୍ୟକ ପଡିବ ନାହିଁ। ଏହାର ଅର୍ଥ ଆପଣ ୨୦୦ଟଙ୍କାରେ ପୁରା ଗ୍ରୀଷ୍ମଋତୁସାରା ପନିପରିବା ଖାଇପାରିବେ । ତାହା ମଧ୍ୟ କୌଣସି ରାସାୟନିକ ପଦାର୍ଥ ଏବଂ ସାର ବିନା । କାରଣ ଏହା ସଂପୂର୍ଣ୍ଣ ଜୈବିକ ପ୍ରଣାଳିରେ ଚାଷ ହେବ । ବଜାରରେ ଏହିପରି ଉନ୍ନତ କିସମର ମଞ୍ଜି ପାଇବା ସମ୍ଭବ ନୁହେଁ । ତେବେ ଏହି ଉନ୍ନତ କିସମର ପନିପରିବା ମଞ୍ଜି ପାଇବା ପାଇଁ ଲୋକଙ୍କୁ ଦିଲ୍ଲୀର ପୁସା ବିହନ ୟୁନିଟ୍କୁ ଆସିବାକୁ ପଡିବ।

Leave A Reply

Your email address will not be published.