Latest Odisha News

BREAKING NEWS

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସାମିଲ ହେଲେ ରାଷ୍ଟ୍ରପତି

ବ୍ରହ୍ମପୁର: ଓଡିଶା ଗସ୍ତର ତୃତୀୟ ଦିନରେ ବ୍ରହ୍ମପୁରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି । ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଆୟୋଜିତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ସାମିଲ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିରେ ସ୍ୱର୍ଣ୍ଣ ପଦକ ପାଇବାକୁ ଥିବା ୧୦ ଜଣଙ୍କୁ ପଦକ ପ୍ରଦାନ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଛନ୍ତି ରାଷ୍ଟ୍ରପତି ।

ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ, ‘୧୯୬୭ ମସିହାରେ ସ୍ଥାପିତ ଏହି ବିଶ୍ୱବିଦ୍ୟାଳୟ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିଆସୁଛି । ଏହା କେବଳ ପ୍ରମାଣପତ୍ରର ଉତ୍ସବ ନୁହେଁ । ଏହା ସାଧନାର ପର୍ବ, ସ୍ୱପ୍ନ ପୂରଣ କରିବାର ମୁହୂର୍ତ୍ତ । ଜ୍ଞାନର ଅନ୍ତ ନାହିଁ, ଅନ୍ୟମାନଙ୍କ ପାଇଁ ନିଜ ଜ୍ଞାନର ଉପଯୋଗ କରନ୍ତୁ । ନିଜ ପାଇଁ ବଞ୍ଚିବାର କିଛି ମାନେ ନାହିଁ, ଅନ୍ୟଙ୍କ ପାଇଁ ବଞ୍ଚନ୍ତୁ’ ।

ଏହା ସହ ନାରୀ ସଶକ୍ତୀକରଣ ଉପରେ ଗୁରୁତ୍ୱ ଦେଇଛନ୍ତି ରାଷ୍ଟ୍ରପତି । ସେ କହିଛନ୍ତି, ଆଜି ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନେ ନେତୃତ୍ୱ ନେଉଛନ୍ତି । ମହିଳାମାନଙ୍କ ଆତ୍ମବିଶ୍ୱାସ ବଢ଼ିଛି, ପ୍ରତ୍ୟେକ କ୍ଷେତ୍ରରେ ସେମାନେ ମୁଖ୍ୟ ଭୂମିକା ଗ୍ରହଣ କରୁଛନ୍ତି । ଦେଶ ଜନସଂଖ୍ୟାର ଅଧା ହେଉଛନ୍ତି ମହିଳା । ସନେଇ ଦେଶର ବିକାଶ ପାଇଁ ମହିଳାଙ୍କୁ ସଶକ୍ତ କରିବାକୁ ପଡ଼ିବ ବୋଲି କହିଛନ୍ତି ରାଷ୍ଟ୍ରପତି ମୁର୍ମୁ ।

ଏହାପରେ ବ୍ରହ୍ମପୁରରୁ ବାହାରି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ମହାମହିମ । ରାଜଭବନରେ ମଧ୍ୟାହ୍ନ ଭୋଜନ କରିବା ପରେ ଅପରାହ୍ଣ ୩ ଟା ୫୦ରେ କଟକ ଇନଡୋର ଷ୍ଟାଡିୟମ ଗସ୍ତ କରିବେ । ସେଠାରେ ବ୍ରହ୍ମକୁମାରୀଙ୍କ ସ୍ୱର୍ଣ୍ଣ ଜୟନ୍ତୀ ସମାରୋହରେ ସାମିଲ ହେବେ ।

Leave A Reply

Your email address will not be published.