Latest Odisha News

ଛତିଶଗଡ଼ ମାଓ ପ୍ରବଣ ଜିଲ୍ଲା ସୁକୁମାକୁ ହେଲିକପ୍ଟରରେ ଗଲା ପ୍ରଶ୍ନପତ୍ର

ସୁକୁମା: ହେଲିକପ୍ଟରରେ ଗଲା ପରୀକ୍ଷା ପ୍ରଶ୍ନପତ୍ର । ଏଭଳି ଘଟଣା ଦେଖିବାକୁ ମିଳିଛି ଛତିଶଗଡର ସୁକୁମା ଜିଲ୍ଲାରେ । ଆଜିଠାରୁ ଛତିଶଗଡରେ ଦଶମ ଓ ଦ୍ୱାଦଶ ପରୀକ୍ଷା ଆରମ୍ଭ ହୋଇଛି । ହେଲେ ସୁକମା ଜିଲ୍ଲା ମାଓ ପ୍ରବଣ ହୋଇଥିବାରୁ ସେଠାର ଜଗରଗୁଣ୍ଡା ପରୀକ୍ଷା କେନ୍ଦ୍ରକୁ ହେଲିକପ୍ଟର ଯୋଗେ ଦଶମ ଓ ଦ୍ୱାଦଶ ପରୀକ୍ଷାର ପ୍ରଶ୍ନପତ୍ର ପଠାଇଛି ଜିଲ୍ଲା ପ୍ରଶାସନ ।

ସୂଚନାଯୋଗ୍ୟ, ଜଗରଗୁଣ୍ଡା ଅଞ୍ଚଳରେ କିଛି ଦିନ ହେବ ପୋଲିସ-ମାଓବାଦୀ ମଧ୍ୟରେ ଛକା ପଞ୍ଜା ଲାଗିରହିଛି । ତେଣୁ ସୁରକ୍ଷା ଦୃଷ୍ଟିକୋଣରେ ଏଭଳି ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ । ଅତି ମାଓ ପ୍ରବଣ ଜଗରଗୁଣ୍ଡା ପରୀକ୍ଷା କେନ୍ଦ୍ରରେ ଦୁଇଟି ବିଦ୍ୟାଳୟର ମୋଟ ୩୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି ।

ସୁକୁମା ଜିଲ୍ଲାରେ ୩୨ଟି ପରୀକ୍ଷା କେନ୍ଦ୍ର ମାଓ ଅଞ୍ଚଳରେ ରହିଥିବାବେଳେ ୧୫ଟି କେନ୍ଦ୍ରକୁ ଆଜି ସକାଳୁ ଯବାନମାନେ ହେଲିକପ୍ଟର ଯୋଗେ ପ୍ରଶ୍ନପତ୍ର ନେଇ ଯାଇଥିବା ସୂଚନା ରହିଛି ।

Leave A Reply

Your email address will not be published.