ଭୁବନେଶ୍ୱର: ଆଇଏଏସ ଅନିମେଶ ପ୍ରଧାନଙ୍କୁ ମିଳିଲା ଓଡିଶା କ୍ୟାଡର । ୟୁପିଏସସି ଦ୍ୱାରା ପରିଚାଳିତ ଭାରତୀୟ ପ୍ରଶାନିକ ସେବା ତଥା ୨୦୨୩ ସିଭିଲ ସର୍ଭିସ ପରୀକ୍ଷାରେ ଦ୍ବିତୀୟ ରାଙ୍କ ପାଇଥିଲେ ଅନିମେଶ । ଅନିମେଶଙ୍କ ସହ ଅନ୍ୟ ୮ ଜଣଙ୍କୁ ଓଡ଼ିଶା କ୍ୟାଡର୍ ମିଳିଛି ।
ତେବେ ସର୍ବ ଭାରତୀୟ ସ୍ତରରେ ଦ୍ଵିତୀୟ ସ୍ଥାନ ଅଧିକାର କରିବା ପରେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରିବାକୁ ରୁଚି ରଖିଥିବା କହିଥିଲେ ଅନିମେଶ ।
ସେହିପରି ୨୦୨୩ ସିଭିଲ ସର୍ଭିସ ପରୀକ୍ଷାରେ ୨୪ ନମ୍ବର ରାଙ୍କରେ ଥିବା ପ୍ରଜ୍ଞାନନ୍ଦନ ଗିରିଙ୍କୁ ମଧ୍ୟ ଓଡ଼ିଶା କ୍ୟାଡର ମିଳିଛି । ୩୬ ନଂ ରାଙ୍କରେ ଥିବା ଆୟୁଷୀ ପ୍ରଧାନଙ୍କୁ ଆସାମ-ମେଘାଳୟ କ୍ୟାଡର ମିଳିଛି । ୫୪ ନଂ ରାଙ୍କରେ ଥିବା ହରିୟାଣାର କଶିସ୍ ବକ୍ସିଙ୍କୁ ଓଡ଼ିଶା କ୍ୟାଡର । ୬୮ ନଂ ରାଙ୍କରେ ଥିବା କେରଳର କସ୍ତୁରୀ ସା’ଙ୍କୁ ଓଡ଼ିଶା କ୍ୟାଡର ।
୭୧ ନଂ ରାଙ୍କରେ ଥିବା କେରଳର ଫବି ରସିଦଙ୍କୁ ଓଡ଼ିଶା କ୍ୟାଡର । ୧୨୫ନଂ ରାଙ୍କରେ ଥିବା ରାଜସ୍ଥାନର ମୃଣାଳିକା ରାଠୋରଙ୍କୁ ଓଡ଼ିଶା କ୍ୟାଡର । ୨୦୪ ନଂ ରାଙ୍କରେ ଥିବା ଦିଲ୍ଲୀର ଶୁଭ୍ରା ପଣ୍ଡାଙ୍କୁ ଓଡ଼ିଶା କ୍ୟାଡର । ୨୩୯ନଂ ରାଙ୍କରେ ଥିବା ୟୁପିର ପୱନ କୁମାରଙ୍କୁ ଓଡ଼ିଶା କ୍ୟାଡର । ୨୫୮ନଂ ରାଙ୍କର ମହାରାଷ୍ଟ୍ରର ବି.ଏସ୍ କଲ୍ୟାଣରାଓଙ୍କୁ ମିଳିଛି ଓଡ଼ିଶା କ୍ୟାଡର ।