Latest Odisha News

BREAKING NEWS

ଆଇଏଏସ ସ୍ତରରେ ଅଦଳବଦଳ, ହେମନ୍ତ ଶର୍ମାଙ୍କ ପଦୋନ୍ନତି

ଭୁବବେଶ୍ଵର: ରାଜ୍ୟ ସରକାରଙ୍କ ବଡ ଘୋଷଣା । ଆଇଏଏସ ହେମନ୍ତ ଶର୍ମାଙ୍କ ପଦୋନ୍ନତି କଲେ ରାଜ୍ୟ ସରକାର । ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ହେମନ୍ତ ଶର୍ମାଙ୍କ ପଦୋନ୍ନତି । ସେହିପରି ଆଇଏଏସ ରଞ୍ଜନା ଚୋପ୍ରାଙ୍କୁ ମଧ୍ୟ ଉପରିସ୍ତ ଗ୍ରେଡ୍‌କୁ ପଦୋନ୍ନତି କରିଛନ୍ତି ସରକାର ।

ପୂର୍ବରୁ ଇଡକୋର ଚେୟାରମ୍ୟାନ୍ ଥିଲେ ହେମନ୍ତ ଶର୍ମା । ମାତ୍ର ଗତବର୍ଷ ଜୁଲାଇ ମାସରେ ତାଙ୍କୁ ସେହି ପଦରୁ ହଟାଇଥିଲେ ରାଜ୍ୟ ସରକାର । ୧୯୯୫ ବ୍ୟାଚ୍‌ ଆଇଏଏସ୍‌ ଅଫିସର ତଥା ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମାଙ୍କୁ ଏମ୍‌ଏସ୍‌ଏମ୍‌ଇ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା। ଏଥିସହିତ ସେ ଇପିକଲ ଅଧ୍ୟକ୍ଷ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ ।

ସେହିପରି ୧୯୯ ୪ ବ୍ୟାଚ୍ ଆଇଏଏସ୍‌ ଶ୍ରୀମତୀ ରଞ୍ଜନା ଚୋପ୍ରା ପୂର୍ବରୁ ରାଜ୍ୟ ଏମଏସଏମଇ ବିଭାଗର ପ୍ରମୁଖ ସଚିବ ତଥା ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଡିଜି ଭାବେ କାର୍ଯ୍ୟ କରିଛନ୍ତି । ଗତ ୨୦୨୨ରେ ଆଇଏଏସ୍ ରଞ୍ଜନା ଚୋପ୍ରାଙ୍କୁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟରେ ଅତିରିକ୍ତ ସଚିବ ତଥା ଆର୍ଥିକ ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଥିଲା ।

Comments are closed.