ମୁମ୍ବାଇ: ଗୁଜବ ନେଲା ୧୩ ଜଣଙ୍କ ଜୀବନ । ମହାରାଷ୍ଟ୍ର ଜଲଗାଁଓ ଜିଲ୍ଲାରେ ଟ୍ରେନ ଦୁର୍ଘଟଣା । ପୁଷ୍ପକ ଏକ୍ସପ୍ରେସର ଯାତ୍ରୀଙ୍କୁ ଧକ୍କା ଦେଲା କର୍ଣ୍ଣାଟକ ଏକ୍ସପ୍ରେସ । ପୁଷ୍ପକ ଏକ୍ସପ୍ରେସରେ ନିଆଁ ଲାଗିଥିବା ଶୁଣି ଡେଇଁ ପଡ଼ିଥିଲେ କିଛି ଯାତ୍ରୀ । ଚେନପୁଲ କରି ବିପରୀତ ଲାଇନକୁ ଡେଇଁପଡ଼ିବାରୁ ବିପରୀତ ପଟରୁ ଆସୁଥିବା କର୍ଣ୍ଣାଟକ ଏକ୍ସପ୍ରେସ ଧକ୍କା ଦେଇଥିଲା । ଦୁର୍ଘଟଣାରେ ୧୩ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଯାତ୍ରୀ ଆହତ ହୋଇଛନ୍ତି ।
ପ୍ରାଥମିକ ସୂଚନା ଅନୁସାରେ, ଲକ୍ଷ୍ନୌରୁ ମୁମ୍ବାଇ ଯାଉଥିବା ପୁଷ୍ପକ ଏକ୍ସପ୍ରେସରେ ଜଲଗାଓଁର ପାଚୋରା ରେଳ ଷ୍ଟେସନ ନିକଟରେ ନିଆଁ ଲାଗିଥିବା ନେଇ ଶୁଣିବାକୁ ପାଇଥିଲେ ଯାତ୍ରୀ । ଏହା ଶୁଣି ଭୟଭୀତ ହୋଇ ଟ୍ରେନର ଚେନ୍ ପୁଲ କରି ଟ୍ରେନରୁ ଡେଇଁ ପଡିଥିଲେ କିଛି ଯାତ୍ରୀ । ସେହି ସମୟରେ ପାର୍ଶ୍ବବର୍ତ୍ତୀ ଟ୍ରାକରେ ବିପରୀତ ଦିଗରୁ ଆସୁଥିବା ‘କର୍ଣ୍ଣାଟକ ଏକ୍ସପ୍ରେସ’ ସେମାନଙ୍କ ଉପରେ ମାଡିଯାଇଥିଲା । ଘଟଣାସ୍ଥଳରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ମୃତକ ମାନଙ୍କର ପରିଚୟ ମିଳିନଥିବା ବେଳେ ସେମାନଙ୍କୁ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ସେପଟେ ଆହତଙ୍କ ନିର୍ଦ୍ଦିଷ୍ଟ ସଂଖ୍ୟା ଜଣାପଡିନାହିଁ ।
ତେବେ ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବ୍ରେକ୍ ବାଇଣ୍ଡିଂ ଯୋଗୁଁ ଚତୁର୍ଥ ଜେନେରାଲ୍ କମ୍ପାର୍ଟମେଣ୍ଟରେ ପୁଷ୍ପକ ଏକ୍ସପ୍ରେସର ଇଞ୍ଜିନରୁ ଧୂଆଁ ବାହାରିଥିଲା। ଯାହାକୁ ନେଇ ଟ୍ରେନରେ ନିଆଁ ଲାଗିଛି ବୋଲି ଗୁଜବ ପ୍ରଚାର ହୋଇଥିଲା । ଭୟରେ କିଛି ଲୋକ ଚେନ ଟାଣିଦେଇଥିଲେ ତେଣୁ ଟ୍ରେନ ଅଟକିଯାଇଥିଲା । ଏହା ପରେ କିଛି ଯାତ୍ରୀ ଓହ୍ଲାଇ ଅନ୍ୟ ଏକ ଟ୍ରାକ ଉପରକୁ ଚାଲିଆସିଥିଲେ। ସେହି ସମୟରେ ଉକ୍ତ ଟ୍ରାକରେ କର୍ଣ୍ଣାଟକ ଏକ୍ସପ୍ରେସ ଆସୁଥିଲା । ଫଳରେ କର୍ଣ୍ଣାଟକ ଏକ୍ସପ୍ରେସ ଧକ୍କାରେ ୧୩ ଜଣ ଯାତ୍ରୀଙ୍କ ଜୀବନ ଚାଲିଯାଇଥିଲା ।
Comments are closed.