Latest Odisha News

ସମୟ ସୀମା ସରିଥିଲେ ସୁଦ୍ଧା ପ୍ରମାଣପତ୍ର ଦାଖଲ କରିପାରିଲେନି ପୂଜା ଖେଡକର

ନୂଆଦିଲ୍ଳୀ: ବଢ଼ିବାରେ ଲାଗିଛି ଆଇଏଏସ୍ ପୂଜା ଖେଡକରଙ୍କ ସମସ୍ୟା। ଜୁଲାଇ ୨୩ରେ ଡେଡ୍‌ ଲାଇନ୍‌ ସରିଥିଲେ ସୁଦ୍ଧା ସେ ପ୍ରମାଣପତ୍ର ଦାଖଲ କରିପାରି ନାହାନ୍ତି।

ଉତ୍ତରାଖଣ୍ଡର ମସୁରି ଲାଲ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନ୍ ତାଙ୍କୁ ପୁନର୍ବାର ଡାକି ପ୍ରମାଣପତ୍ର ଦାଖଲ କରିବାକୁ ଜୁଲାଇ ୨୩ ପର୍ଯ୍ୟନ୍ତ ସମୟ ଦେଇଥିଲା। କିନ୍ତୁ ଏଥିରେ ବିଫଳ ହୋଇଛନ୍ତି ପୂଜା। ଏହା ପୂର୍ବରୁ ମହାରାଷ୍ଟ୍ର ସରକାର ତାଙ୍କ ପ୍ରଶିକ୍ଷଣ ବାତିଲ କରିଥିଲେ।

ତେବେ ୟୁପିଏସସି ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ୟୁପିଏସସି ପକ୍ଷରୁ ଜାଲିଆତି ଅଭିଯୋଗରେ ମାମଲା ରୁଜୁ କରାଯିବା ସହ ତାଙ୍କର ଆଇଏଏସ ପଦ ରଦ୍ଦ କରାଯାଇ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।

ଅପରପକ୍ଷେ ଜାଲିଆତି ଅଭିଯୋଗର ତଦନ୍ତ ବେଳେ ଜଣାପଡିଥିଲା ଯେ ପୂଜା ନିଜ ନାମ, ବାପାଙ୍କ ନାମ ଓ ମା’ଙ୍କ ନାମ, ଫଟୋ/ଦସ୍ତଖତ, ମେଲ୍ ଆଇଡି, ମୋବାଇଲ ନମ୍ବର ଓ ଠିକଣା ବଦଳାଇ ପରୀକ୍ଷା ନିୟମ ଅନୁଯାୟୀ ସଂରକ୍ଷଣର ଫାଇଦା ଉଠାଇଥିଲେ।

Comments are closed.