Latest Odisha News

BREAKING NEWS

ରାଜ୍ୟ ଆଇଏସ ସ୍ତରରେ ଅଦଳବଦଳ: ବିଷ୍ଣୁପଦ ସେଠୀ ହେଲେ ଉଚ୍ଚଶିକ୍ଷା ସଚିବ

ଭୁବନେଶ୍ୱର: ରାଜ୍ୟ ବରିଷ୍ଠ ଆଇଏସ ଅଫିସର ତଥା ସଚିବ ସ୍ତରରେ ଧରଣର ଅଦଳବଦଳ ହୋଇଛି । ଅଫିସର ମାନଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ବିଭାଗର ମୁଖ୍ୟ ଦାୟିତ୍ୱ ମିଳିଥିବା ବେଳେ ଅନ୍ୟ ବିଭାଗ ଗୁଡ଼ିକର ଅତିରିକ୍ତ ଦାୟିତ୍ୱ ମିଳିଛି ।

କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଅରବିନ୍ଦ ପାଢ଼ୀଙ୍କୁ ମିଳିଛି କୃଷି ବିଭାଗ । ଏହା ସହ ଅରବିନ୍ଦଙ୍କୁ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ମିଳିଛି ।

ସଂଜୟ କୁମାର ସିଂ ହୋଇଛନ୍ତି ଗ୍ରାମ୍ୟ ଉନ୍ନୟନ ସଚିବ ଏବଂ ସୂଚନା ଓ ଲୋକ ସଂପର୍କ ବିଭାଗ ଓ ବିଡିଏ ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ବିଷ୍ଣୁପଦ ସେଠୀଙ୍କୁ ମିଳିଛି ଉଚ୍ଚ ଶିକ୍ଷା ବିଭାଗ ଏବଂ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ଦାୟିତ୍ୱ । ଅଶ୍ୱତ୍ଥି ଏସଙ୍କୁ ମିଳିଛି ସ୍କୁଲ ଓ ଗଣ ଶିକ୍ଷା ବିଭାଗ ।

Leave A Reply

Your email address will not be published.