ନୂଆଦିଲ୍ଲୀ : ଆର୍ଥିକ ମାନ୍ଦାବସ୍ଥା ସ୍ଥିତି ଦେଇ ଗତି କରୁଛି ବିଭିନ୍ନ କମ୍ପାନୀ । ପ୍ରଥମେ ଟ୍ୱିଟର,ଗୁଗୁଲ ପରେ ଆମାଜନ ଆଉ ଏବେ ଆଇବିଏମ କ୍ରପ୍ କମ୍ପାନୀ ଏହି ତାଲିକାରେ ଯୋଡ଼ି ହୋଇଯାଇଛି । ପ୍ରଥମେ ଟ୍ୱିଟର କମ୍ପାନୀର ସିଇଓ ଏଲନ୍ ମସ୍କ କମ୍ପାନୀରୁ ୫୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରି ଚର୍ଚ୍ଚାରେ ରହିଥିଲେ । ବର୍ତ୍ତମାନ ଆଇବିଏମ କ୍ରପ୍ କମ୍ପାନୀ ୩ ହଜାର ୯୦୦ ଜଣ କର୍ମଚାରୀଙ୍କୁ ଚାକିରିରୁ ବିଦା କରିବାକୁ ନିଷ୍ପତ୍ତି ନେଇଛି।
ତେବେ କମ୍ପାନୀ ଆସେଟ ଡିସଇନଭେଷ୍ଟମେଣ୍ଟ ଓ ବାର୍ଷିକ କ୍ୟାସ୍ ଟାର୍ଗେଟ ପାଇଁ କମ୍ପାନୀ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି । ଆଇବିଏମର ଶେୟାର ଏବେ ୨% ହ୍ରାସ ପାଇଛି।୨୦୨୨ରେ ଆଇବିଏମର ଆୟ ୯.୩ ବିଲିୟନ ଡଲାର ଥିଲା। କମ୍ପାନୀ ୧୦ ବିଲିୟନ ଡଲାରର ଟାର୍ଗେଟ ରଖିଥିଲା। ତେଣୁ କମ୍ପାନୀ କ୍ଷତି ସହିବାକୁ ପଡ଼ିଛି। ଏହାକୁ ଦୃଷ୍ଟିରେ ରଖି କମ୍ପାନୀ କର୍ମଚାରୀଙ୍କୁ ଛଟେଇ କରିଛି।
ଏନେଇ ମୁଖ୍ୟ ଆର୍ଥିକ ଅଧିକାରୀ ଜେମ୍ସ ସଫେଇ ଦେଇ କହିଛନ୍ତି, “କମ୍ପାନୀ ଆଗକୁ ରିସର୍ଚ୍ଚ ଡେଭଲପମେଣ୍ଟ ପୋଷ୍ଟ ପାଇଁ ନିଯୁକ୍ତି ଦେବ। କେବଳ କିଛି ଆର୍ଥିକ ସ୍ଥିତି ଯୋଗୁ ୩,୯୦୦ କର୍ମଚାରୀଙ୍କୁ ଚାକିରିରୁ କାଢ଼ିବାକୁ ପଡ଼ୁଛି।”
Comments are closed.