Latest Odisha News

BREAKING NEWS

ଫୁଟବଲ ଇତିହାସରେ ପ୍ରଥମ ଥର ପାଇଁ ରେଫରୀ ଦେଖାଇଲେ ହ୍ୱାଇଟ କାର୍ଡ

ନୂଆଦିଲ୍ଲୀ: ଆପଣମାନେ ଫୁଟବଲ ମ୍ୟାଚରେ ବ୍ୟବହାର ହେଉଥିବା ୟୋଲୋ ଓ ରେଡ କାର୍ଡ ବିଷୟରେ ଭଲ ଭାବେ ଅବଗତ ହୋଇଥିବେ । ହ୍ୱାଇଟ କାର୍ଡ ବିଷୟରେ ଆପଣମାନେ ଜାଣନ୍ତି କି ? ପ୍ରଥମ ଥର ପାଇଁ ବେନାଫିକା ଓ ସ୍ପୋର୍ଟିଂ ଲିସବନ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ରେଫରୀ ହ୍ୱାଇଟ କାର୍ଡର ବ୍ୟବହାର କରିଛନ୍ତି । ସେ ଏହାକୁ ଦେଖାଇବା ମାତ୍ରେ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକ ଛିଡା ହୋଇ ଏହାକୁ ସ୍ୱାଗତ କରିଥିଲେ । ପର୍ତୁଗାଲର ନ୍ୟାଶନାଲ ପ୍ଲାନ ଫର ଏଥିକ୍ସ ଇନ ସ୍ପୋର୍ଟ ଏହି କାର୍ଡର ବ୍ୟବହାର ଫେୟାର ପ୍ଲେ ପାଇଁ କରିଛି । ମ୍ୟାଚ ବେଳେ ଯଦି ଉଭୟ ଟିମ ଖେଳୁଆଡ ମନୋଭାବ ନେଇ ଖେଳିବେ ଏହି କାର୍ଡ ରେଫରୀ ଦେଖାଇପାରିବେ ।

ଉପରୋକ୍ତ ଦୁଇ କ୍ଲବ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ଅବସରରେ ଷ୍ଟାଡିୟମରେ ଜଣେ ଦର୍ଶକ ଅଚେତ ହୋଇ ପଡିଥିଲେ । ଏହା ଦେଖି ୨ଟି ଯାକ ଟିମର ମେଡିକାଲ ଷ୍ଟାଫ ଷ୍ଟାଣ୍ଡସରେ ପଂହଚି ଦର୍ଶକଜଣଙ୍କୁ ଚିକିତ୍ସିତ କରିବା ସହ ଡାକ୍ତରଖାନା ପଠାଇଥିଲେ । ମେଡିକାଲ ଟିମର ଏହି କାର୍ଯ୍ୟ ଯୋଗୁ ରେଫରୀ ହ୍ୱାଇଟ କାର୍ଡ ଦେଖାଇ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ମ୍ୟାଚରେ ବେନାଫିକା ଟିମ ୫-୦ ଗୋଲରେ ବିପକ୍ଷ ଟିମକୁ ପରାସ୍ତ କରିଥିଲା ।

Leave A Reply

Your email address will not be published.