ନୂଆଦିଲ୍ଲୀ: ବାତିଲ ହେଲା ସିଏ ପରୀକ୍ଷା। ଆସଆଇସିଏ ଫାଇନାଲ୍ ଇଣ୍ଟରମିଡିଏଟ୍ ଏବଂ ପୋଷ୍ଟ ଯୋଗ୍ୟତା କୋର୍ସ (ପିକ୍ୟୁସି) ପରୀକ୍ଷା ପାଇଁ ବାକି ଥିବା ପତ୍ରଗୁଡ଼ିକୁ ସ୍ଥଗିତ ରଖାଯାଇଛି। ଏନେଇ ଇଣ୍ଡିଆ ଚାଟାର୍ଡ ଆକାଉଣ୍ଟାଣ୍ଟସ୍ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଘୋଷଣା କରାଯାଇଛି।ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଏହି ପରୀକ୍ଷାଗୁଡ଼ିକୁ ସ୍ଥଗିତ ରଖାଯାଇଥିବା ନେଇ ଦର୍ଶାଇଛି ଇନଷ୍ଟିଚ୍ୟୁଟ୍ । ତେବେ ଆଜିଠୁ ଅର୍ଥାତ ମେ ୯ ରୁ ମେ ୧୪ରେ ଆସଆଇସିଏ ଫାଇନାଲ୍ ଇଣ୍ଟରମିଡିଏଟ୍ ଏବଂ ପୋଷ୍ଟ ଯୋଗ୍ୟତା କୋର୍ସ (ପିକ୍ୟୁସି) ପରୀକ୍ଷା ପାଇଁ ବାକି ଥିବା ପତ୍ରଗୁଡ଼ିକର ପରୀକ୍ଷା ହୋଇଥାନ୍ତା କିନ୍ତୁ ବର୍ତ୍ତମାନ ପାଇଁ ଏହା ସ୍ଥଗିତ ରହିଛି।
ତେବେ ଏହି ପରୀକ୍ଷାଗୁଡ଼ିକ ମେ ୯ ରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର ଥିଲା। ପରୀକ୍ଷା ସ୍ଥଗିତ ରଖିବା ଘୋଷଣା କରିବା ସମୟରେ ଆଇସିଏଆଇ କହିଛି, ସଂଶୋଧିତ ତାରିଖଗୁଡ଼ିକ ଯଥା ସମୟରେ ଘୋଷଣା କରାଯିବ। ଏଥିପାଇ ପରୀକ୍ଷାର୍ଥୀମାନଙ୍କୁ ପ୍ରତିଷ୍ଠାନର ୱେବସାଇଟ୍ – icai.org ସହିତ ଯୋଗାଯୋଗରେ ରହିବାକୁ ପରାମର୍ଶ ଦିଆଯାଇଛ। ଆଇସିଏଆଇ ସିଏ ଫାଇନାଲ୍ ଏବଂ ଇଣ୍ଟର୍ ସୂଚୀ ଅନୁଯାୟୀ, ସିଏ ଫାଇନାଲ୍ ଗ୍ରୁପ୍ ଆଇ ପରୀକ୍ଷା ମେ ୨, ୪ ଏବଂ ୬ ତାରିଖରେ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଥିଲା, ଯେତେବେଳେ ଗ୍ରୁପ୍ ଡବଲ ଆଇ ୮, ୧୦ ଏବଂ ୧୩ ତାରିଖରେ ଅନୁଷ୍ଠିତ ହେବାର ଥିଲା। ସେହିପରି ସିଏ ଇଣ୍ଟରମିଡିଏଟ୍ ଗ୍ରୁପ୍ ଆଇ ପରୀକ୍ଷା ମେ ୩, ୫ ଏବଂ ୭ ତାରିଖରେ ହୋଇଥିଲା। ମେ ୯, ୧୧ ଏବଂ ୧୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଗ୍ରୁପ୍ ଡବଲ ଆଇ ପରୀକ୍ଷା ବର୍ତ୍ତମାନ ସ୍ଥଗିତ ରଖାଯାଇଛି।
ସେପଟେ ଏବେବି ଭାରତ ଉପରେ ଡ୍ରୋନ ମାଡ଼ ଜାରି ରଖିଛି ପାକିସ୍ତାନ। ପଞ୍ଜାବ ଚଣ୍ଡିଗଡ ଏବଂ ମୋହଲିରେ ହାଇ ଆଲର୍ଟ ଜାରି କରାଯାଇଛି। ବାଜିଛି ଯୁଦ୍ଧ ସାଇରନ୍। ଘରୁ ନ ବାହାରିବାକୁ ବାସିନ୍ଦାଙ୍କୁ ପରାମର୍ଶ ଦିଆଯାଇଛି ।ଏଥିସହିତ ଭଟିଣ୍ଡା ଗୁରୁଦ୍ୱାର ଲୋକଙ୍କୁ ଘରୁ ବାହାରକୁ ନ ବାହାରିବାକୁ ଅନୁରୋଧ କରାଯାଉଛି। ସେପଟେ ଭାରତ ପାକିସ୍ତାନ ଉତ୍ତେଜନାରେ ସାମ୍ବାରେ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଥିଲା ବିଏସଏଫ୍ ଯବାନ। ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ୭ ଜଣ ଆତଙ୍କବାଦୀଙ୍କୁ ନିହତ କରିଛି ଯବାନ । ଆଉ କାଲି ରାତି ପରେ ଆଜି ସକାଳୁ ସକାଳୁ ବି ପାକିସ୍ତାନ ଜମ୍ମୁ ଉପରେ ଡ୍ରୋନ ଆକ୍ରମଣ କରିଛି। ଏହାକୁ ନେଇ ସୁରକ୍ଷା ଦୃଷ୍ଟିରୁ ଜମ୍ମୁ ଏବଂ ପଞ୍ଜାବ ଏବଂ ରାଜସ୍ଥାନର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ସମ୍ପୂର୍ଣ୍ଣ ବ୍ଲାକଆଉଟ୍ ଲାଗୁ କରାଯାଇଛି, ଅନେକ ସହରରେ ସାଇରନ୍ ବାଜିଛି। ପାକ୍ ଅଧିକୃତ କାଶ୍ମୀରରେ ମଧ୍ୟ ସମ୍ପୂର୍ଣ୍ଣ ବ୍ଲାକଆଉଟ୍ କାର୍ଯ୍ୟକାରୀ କରାଯାଇଛି। ଜମ୍ମୁରେ ସ୍କୁଲ୍ କଲେଜ୍ ସବୁ ବନ୍ଦ କରାଯାଇଛି। ଅଧିକାରୀଙ୍କ ଅନୁଯାୟୀ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଲେହ ପ୍ରଶାସନ ଶୁକ୍ରବାର ଆସନ୍ତା ମେ ୯ ଏବଂ ୧୦ ରେ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ରହିବ ନେଇ ଘୋଷଣା କରିଛି। ଗତକାଲି ରାତିରେ ପାକିସ୍ତାନ ଦ୍ୱାରା କ୍ଷେପଣାସ୍ତ୍ର ଏବଂ ଡ୍ରୋନର ପ୍ରବଳ ଆକ୍ରମଣ ପରେ ପରିସ୍ଥିତି ସମୀକ୍ଷା କରିବା ପାଇଁ ଜମ୍ମୁ ଏବଂ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ଜମ୍ମୁରେ ପହଞ୍ଚିଛନ୍ତି।
ସେପଟେ ଜୈସଲମେରର ଏକ ହୋଟେଲ ପରିସରରେ ଏକ ଡ୍ରୋନର ଭଗ୍ନାବଶେଷ ମିଳିଛି। ଯାହାକୁ ନେଇ ରାଜସ୍ଥାନରେ ଯେକୌଣସି ପ୍ରକାରର ବ୍ୟକ୍ତିଗତ ଡ୍ରୋନ୍ ଉଡ଼ାଣ ଉପରେ ସମ୍ପୂର୍ଣ୍ଣ ନିଷେଧ ଲଗାଯାଇଛି।
ସେପଟେ ଏନେଇ ପ୍ରତିରକ୍ଷା ବାହିନୀର ମୁଖ୍ୟମାନେ ପ୍ରତିରକ୍ଷା ମନ୍ତ୍ରଣାଳୟରେ ପହଞ୍ଚିଛନ୍ତି ଏବଂ ଖୁବ୍ ଶୀଘ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟି ଆଗକୁ ପାକିସ୍ତାନ ବିରୁଦ୍ଧରେ କି ଆକ୍ସନ ନିଆଯିବ ସେନେଇ ଆଲୋଚନା ହୋଇପାରେ।
Comments are closed.