Latest Odisha News

ଟି୨୦ ବିଶ୍ୱକପରେ ହେବ ଧନବର୍ଷା

ଦୁବାଇ: ଏଥର ଟି୨୦ ବିଶ୍ୱକପରେ ହେବ ଧନବର୍ଷା । ରବିବାର ଆଇସିସି ଏହି ମେଗା ଇଭେଟ ପାଇଁ ପୁରସ୍କାର ରାଶିର ଘୋଷଣା କରିଛି । ଚାମ୍ପିୟନ ଦଳକୁ ୧.୬ ମିଲିୟନ (୧୨କୋଟି ଟଙ୍କା) ଏବଂ ରନର୍ସଅପ ଟିମକୁ ୮ ଲକ୍ଷ ଡଲାର ମିଳିବ । ସେହିପରି ସେମିଫାଇନାଲରେ ପ୍ରବେଶ କରିଥିବା ଦଳକୁ ୩ କୋଟି ଲେଖାଁଏ ମିଳିବ । ସୁପର ୧୨ ପର୍ଯ୍ୟାୟରେ ପ୍ରତ୍ୟେକ ଦଳକୁ ବୋନସ ରାଶି ମିଳିବ ।

ଅକ୍ଟୋବର ୧୭ରୁ ବିଶ୍ୱକପ ଆରମ୍ଭ ହେବ । ନଭେମ୍ବର ୧୪ରେ ଫାଇନାଲ ମ୍ୟାଚ ଖେଳାଯିବ । ୟୁଏଇ ଏବଂ ଓମାନରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଂଟ ପାଇର୍ ବିଭିନ୍ନ ଦଳ ପଂହଚିବା ଆରମ୍ଭ କରିଛନ୍ତି । ଏଥର ସର୍ବାଧିକ ୧୬ଟି ଟିମ ଅଂଶଗ୍ରହଣ କରୁଛନ୍ତି । ଭାରତ ଅକ୍ଟୋବର ୨୪ରେ ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ।

Leave A Reply

Your email address will not be published.