Latest Odisha News

BREAKING NEWS

ପୁରୀରେ ନେତପିଲା ପରମ୍ପରା, ବୃନ୍ଦାବତୀଙ୍କ ନିକଟରେ ପୂଜାର୍ଚ୍ଚନା

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ନେତପିଲା ପରମ୍ପରା | ପୁରୀ ଶ୍ରୀମନ୍ଦିରର ସେବାୟତ ପରିବାରରେ ଶାରଦୀୟ ଦୁର୍ଗାପୂଜା ସମୟରେ ଦେଖିବାକୁ ମିଳିଥାଏ ନେତ ପିଲା ପରମ୍ପରା | ଶହଶହ ବର୍ଷ ପୂର୍ବରୁ ପାଳିତ ହୋଇଆସୁଥିବା ଏହି ପର୍ବ ଏବେ ମଧ୍ୟ ସେବାୟତ ପରିବାର ଗୁଡିକରେ ପରମ୍ପରା ମୁତାବକ ଚାଲିଆସୁଛି |

ସେବାୟତ ପରିବାରର କୁନି କୁନି କୁମାରୀ ଝିଅ ମାନେ ଏହି ପର୍ବ ପାଳିଥାନ୍ତି | ପ୍ରାୟ୨୧ ଦିନ ପୂର୍ବରୁ ବଳୀପୁଜନ କରିବା ପରେ ତିନିଦିନ ଧରି ବିଭିର୍ନ ବେଶଭୁଷାରେ ସଜ୍ଜିତ ହୋଇ ମାର୍କଣ୍ଡ ପୋଖରୀ ଠାରେ ନେତପିଲାମାନେ ମାଆ ବୃନ୍ଦାବତୀଙ୍କ ପାଖରେ ପୂଜା କରିଵା ସହ ସେଠାରେ ବଳି ଗୀତ ଗାଇଥାନ୍ତି |


ଏହି ପରମ୍ପରା ଶ୍ରୀକ୍ଷେତ୍ର ପୁରୀରେ ଦେଖିବାକୁ ମିଳିଥିବା ବେଳେ ପୂଜା ସମୟରେ ସ୍ୱତନ୍ତ୍ର ଆଭୂଷଣ ଏବଂ ବସ୍ତ୍ରରେ ଭୂଷିତ ହୋଇ ନେତ ପିଲାମାନେ ପୂଜା କରୁଥିବା ଦେଖିବାକୁ ମିଳିଥିଲା |

ବିଭିର୍ନ ପ୍ରକାରର ଫଳ, ନଡ଼ିଆ, ପରିବା, ଗୁଆ ଆଦି ଅର୍ପଣ କରି ପୂଜା କରିବାର ଵିଧି ଥିବାବେଳେ ବଳି ଗୀତ ଗାନ କରିଥାନ୍ତି | ପୂଜା ପରେ ନେତପିଲା ମାନେ ସେମାନଙ୍କର ସମ୍ପର୍କୀୟ ମାନଙ୍କ ଘରକୁ ବୁଲିଯିବାର ଵିଧି ରହିଛି |

Leave A Reply

Your email address will not be published.