Latest Odisha News

BREAKING NEWS

ଆସନ୍ତାକାଲିଠୁ ଟ୍ବିନ୍ ସିଟିରେ ରାତି ୮ରୁ ଲାଗୁ ହେବ ନାଇଟ୍ କର୍ଫ୍ୟୁ

ଭୁବନେଶ୍ବର : ଆସନ୍ତାକାଲି ପୂଜା ମଣ୍ଡପରେ ଅନୁଷ୍ଠିତ ହେବ ମା’ ଦୁର୍ଗାଙ୍କ ଷଷ୍ଠୀ ପୂଜା । ସଂଧ୍ୟାରେ ବିଲ୍ବ ବରଣୀ କରାଯାଇ ମା’ଙ୍କ ଆବାହନ କରାଯିବ । ମା’ଙ୍କ ପୂଜାକୁ ଦୃଷ୍ଟିରେ ରଖି କଟକର ପୂଜା ମଣ୍ଡପ ଗୁଡିକରେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ମୂର୍ତ୍ତିର ରଙ୍ଗ କାମ ସିରିଥିବା ବେଳେ, ମା’ଙ୍କୁ ବସ୍ତ୍ର ଓ ଆଭୂଷଣରେ ଭୂଷିତ କରାଯାଉଛି । କରୋନା କଟକଣା ଅନୁଯାୟୀ ପୂଜା ପାଇବେ ମା’ । ମଣ୍ଡପରେ ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ବାରଣ କରାଯାଇଛି ।

ସେପଟେ କଟକରେ ଦୁର୍ଗା ପୂଜା ପାଇଁ ମୁତୟନ ହେବେ ୩୨ ପ୍ଲାଟୁନ ଫୋର୍ସ । ପୂଜା ସମୟରେ କଟକରେ ନିୟୋଜିତ ହେବେ ୧୦୦ ଅଧିକାରୀ । ଆସନ୍ତାକାଲିଠୁ ଟୁଇନ୍ ସିଟି ଭୁବନେଶ୍ବର ଓ କଟକରେ ଆରମ୍ଭ ହେବ ନାଇଟକର୍ଫ୍ୟୁ । ନାଇଟ କର୍ଫ୍ୟୁ ସମୟରେ ଅମାନିଆଙ୍କ ଉପରେ କଡା ନଜର ରହିବ । ରାତି ୮ଟାରୁ ସକାଳ 5ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ ହେବ । ପୂର୍ବରୁ ଯେଉଁଭଳି ନାଇଟ୍ କର୍ଫ୍ୟୁ ହେଉଥିଲା ଏଥର ମଧ୍ୟ ସମାନ ଢଙ୍ଗରେ ନାଇଟ କର୍ଫ୍ୟୁ କାର୍ଯ୍ୟକାରୀ କରାଯିବ । କେବଳ ଅନୁମତି ପ୍ରାପ୍ତ ଯାନବାହାନ ରାସ୍ତାରେ ଯାଇପାରିବ ।

ପାର୍ବଣରେ ବଢିପାରେ କରୋନା ସଂକ୍ରମଣ । କଟକ ଓ ଭୁବନେଶ୍ବରରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହୁଛି । ନିୟମ କଡ଼ାକଡି ପାଳନ ଉପରେ ଅଧିକ ଫୋକସ କରାଯାଇଛି । ଭିଡ଼ କିପରି ନହେବ ତାଉପରେ ରଖାଯିବ ନଜର । ତେବେ ପାର୍ବଣରେ ନିୟମକୁ କଡ଼ାକଡି ପାଳନ କରିବାକୁ ଗୁରୁତ୍ବ ଦିଆଯାଉଛି ।

Leave A Reply

Your email address will not be published.