ନୂଆଦିଲ୍ଲୀ:ଆଇସିସି ଅଧ୍ୟକ୍ଷ ଜୟ ଶାହ ଅସହାୟମାନଙ୍କୁ ସାହାଯ୍ୟ କରିବା ପାଇଁ ଅଙ୍ଗଦାନକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ବ ଦେଇଛନ୍ତି । ସେ ୧୨ ଫେବୃଆରୀ ଦିନ ଅହମ୍ମଦାବାଦରେ ଭାରତ ଏବଂ ଇଂଲଣ୍ଡ ମ୍ୟାଚ୍ ବେଳେ ‘ଅଙ୍ଗଦାନ କରନ୍ତୁ, ଜୀବନ ବଞ୍ଚାନ୍ତୁ’ ନାମକ ଏକ ସଚେତନତା ଅଭିଯାନ ଆରମ୍ଭ କରୁଥିବା ନେଇ ସୋସିଆଲମିଡିଆ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ।
https://x.com/BCCI/status/1888862416303517968
ବିସିସିଆଇ ମଧ୍ୟ ଏହି ଅଭିଯାନକୁ ସମର୍ଥନ କରିଛି । ଏନେଇ ବିସିସିଆଇ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛି । ଯେଉଁଥିରେ ଭାରତୀୟ କ୍ରିକେଟର ବିରାଟ କୋହଲି, ଗିଲ, ରାହୁଲ,ଅକ୍ଷର, ଶ୍ରେୟସ ଆୟର, ରବିନ୍ଦ୍ର ଜାଡେଜା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଆଦି ଅଙ୍ଗଦାନ କରି ହଜାର ହଜାର ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଲୋକଙ୍କୁ ବାର୍ତ୍ତା ଦେଉଛନ୍ତି ।

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଅଧ୍ୟକ୍ଷ ଜୟ ଶାହ ନିଜର ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି ଲେଖିଛନ୍ତି, ଫେବୃଆରୀ ୧୨ରେ ଅହମ୍ମଦାବାଦରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ତୃତୀୟ ଦିନିକିଆ ମ୍ୟାଚ ବଳେ,ଆମେ “ଅଙ୍ଗ ଦାନ କରନ୍ତୁ, ଜୀବନ ବଞ୍ଚାନ୍ତୁ” ନାମକ ଏକ ସଚେତନତା ପଦକ୍ଷେପ ଆରମ୍ଭ କରୁଥିବାରୁ ଆମ୍ଭେମାନେ ଗର୍ବିତ । କ୍ରୀଡାର ଦ୍ବାରା ପ୍ରେରଣା ଦେବା, ଏକତା ଆଣିବା ଏବଂ ପଡ଼ିଆ ବାହାରେ ଓ ଭିତରେ ସକାରାତ୍ମକ ପ୍ରଭାବ ସୃଷ୍ଟି କରିବାର ଶକ୍ତି ଅଛି । ଏହି ପଦକ୍ଷେପ ମାଧ୍ୟମରେ, ଏହି ପଦକ୍ଷେପ ମାଧ୍ୟମରେ ଆମେ ସମସ୍ତଙ୍କୁ ସର୍ବୋତ୍ତମ ଉପହାର – ଜୀବନଦାନ ଦେବା ଦିଗରେ ଏକ ପଦକ୍ଷେପ ନେବାକୁ ଅନୁରୋଧ କରୁଛୁ। ଗୋଟିଏ ସଂକଳ୍ପ, ଗୋଟିଏ ନିଷ୍ପତ୍ତି, ଏକାଧିକ ଜୀବନ ରକ୍ଷା କରିପାରିବ । ଆସନ୍ତୁ ଏକାଠି ହୋଇ ଏକ ପରିବର୍ତ୍ତନ ଆଣିବା!
ସୂଚନାଥାଉକି, ଭାରତ- ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ୍ ୧୨ ଫେବୃଆରୀ ବୁଧବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ପୂର୍ବରୁ ଦୁଇଟି ମ୍ୟାଚରେ ଭାରତ ଦଳ ବିଜୟ ହାସଲ କରି ଆଗୁଆ ସିରିଜ ହାତେଇ ସାରିଛି ।
Comments are closed.