Latest Odisha News

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ: ଫାଇନାଲ ଦୌଡରୁ ବାଦ ପଡିଲା ପାକିସ୍ତାନ, ଭାରତ ପାଇଁ ସମ୍ଭାବନା

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ସିରିଜରେ ପାକିସ୍ତାନ ପରାଜିତ ହେବା ମହଙ୍ଗା ସାବ୍ୟସ୍ତ ହୋଇଛି । ଏଥିସହ ପାକିସ୍ତାନ କ୍ରିକେଟ ଟିମ ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲ ଦୌଡରୁ ବାଦ ପଡିଛି । ଅପରପକ୍ଷରେ ଭାରତ ପାଇଁ ଏବେ ବି ସମ୍ଭାବନା ରହିଛି । ଟିମ ଇଣ୍ଡିଆ ଏବେ ୫୨.୦୮ ପଂଏଟ ସହ ୪ର୍ଥ ସ୍ଥାନରେ ରହିଛି । ଦଳ ୧୨ଟି ମ୍ୟାଚରୁ ୬ଟିରେ ବିଜୟ ହାସଲ କରିଛି । ୪ଟିରେ ପରାଜୟ ଏବଂ ୨ଟି ମ୍ୟାଚ ଡ୍ର ରହିଛି । ଏହି ତାଲିକାରେ ଅଷ୍ଟ୍ରେଲିଆ ପ୍ରଥମ, ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଓ ଶ୍ରୀଲଙ୍କା ତୃତୀୟ ସ୍ଥାନରେ ରହିଛି । ଭାରତ ଆଗକୁ ବାଂଲାଦେଶ ବିପକ୍ଷରେ ୨ଟି ମ୍ୟାଚ ଖେଳିବ । ଏହା ପରେ ଅଷ୍ଟ୍ରେଲିଆ ଭାରତ ଗସ୍ତରେ ଆସିବ ।

୬ଟି ମ୍ୟାଚରୁ ଭାରତକୁ ଅତି କମରେ ୫ଟି ବିଜୟ ଓ ଗୋଟିଏ ମ୍ୟାଚ ଡ୍ର ରଖିବାକୁ ପଡିବ । ପରାଜିତ ହେଲେ ସମୀକରଣ ବିଗିଡିଯିବ ଏବଂ ଦଳର ଫାଇନାଲ ପ୍ରବେଶ ଆଶ କ୍ଷୀଣ ହେବ । ୨୦୧୨ ପରଠାରୁ ଭାରତ ଘରୋଇ ପରିବେଶରେ ୩୭ଟି ମ୍ୟାଚ ଖେଳିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଭାରତ ଏଥିରେ ମାତ୍ର ୪ଟିରେ ପରାଜିତ ହୋଇଛି । ଟିମ ଇଣ୍ଡିଆ ଯଦି ଶୃଙ୍ଖଳିତ ପ୍ରଦର୍ଶନ କରେ ତାହାହେଲେ ଫାଇନାଲ ପ୍ରବେଶ ଆଶା ଉଜ୍ଜୀବୀତ ହୋଇଛି ।

Leave A Reply

Your email address will not be published.