Latest Odisha News

BREAKING NEWS

କଳାଧନ ରୋକିବାର ଅଛି ତ ବନ୍ଦ ହେଉ ୨ ହଜାରର ନୋଟ୍, ସଂସଦରେ କହିଲେ ବିଜେପି ସାଂସଦ

ନୂଆଦିଲ୍ଲୀ: ଦେଶରେ କଳାଧନ ଓ ଟେରର ଫଣ୍ଡି ବନ୍ଦ କରିବାକୁ ୨୦୧୬ ନଭେମ୍ବର ରାତି ୮ଟାରେ ପ୍ରଧାନମନ୍ତ୍ରୀ ମୋଦି ବିମୁଦ୍ରୀକରଣ ଘୋଷଣା କରିଥିଲେ । ଏଥିସହ ଅଚଳ ହୋଇ ଯାଇଥିଲା ୫ ଶହ ଓ ୧ ହଜାରର ନୋଟ୍ । ଇତି ମଧ୍ୟରେ ନୋଟବନ୍ଦୀକୁ ୬ ବର୍ଷ ବିତିଛି । ୬ ବର୍ଷ ହେଲା ବିରୋଧୀ କହି ଆସୁଥିବା ଭାଷାକୁ ଆଜି ସଂସଦରେ ବୁଲେଇ ବଙ୍କେଇ କହିଛନ୍ତି ବିହାରରୁ ବିଜେପିର ରାଜ୍ୟସଭା ସାଂସଦ ସୁଶୀଲ ମୋଦି ।

ବଜାରରେ ଗୋଲାପୀ ରଙ୍ଗର ନୋଟ୍ ଦର୍ଶନ ଦୁର୍ଲଭ ହୋଇ ଯାଇଥିବା କହିଛନ୍ତି ବିଜେପି ସାଂସଦ । ୨ ହଜାର ନୋଟ୍ ଏଟିଏମରୁ ବାହାରୁ ନଥିବା ବେଳେ ବୈଧ କି ନାହିଁ ବୋଲି ସଂସଦରେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ସୁଶୀଲ ମୋଦି । ନୋଟବନ୍ଦୀ ବେଳେ ୫ ହଜାର ଓ ୧ ହଜାର ନୋଟ୍ ବନ୍ଦ କରି ୨ ହଜାରର ନୋଟ୍ ଆରମ୍ଭ ହୋଇଥିଲା । ବିଗତ ୩ ବର୍ଷ ହେଲା ଆରବିଆଇ ପ୍ରିଣ୍ଟିଂ ବନ୍ଦ କରିଥିବା ବେଳେ ବିପୁଳ ସଂଖ୍ୟାରେ ୨ ହଜାରର ନକଲି ନୋଟ୍ ଜବତ ହେଉଛି ।

ଏବେ ୨ ହଜାରର ନୋଟ୍ ଟେରର ଫଣ୍ଡିଂ ସହ ଅପରାଧ ପାଇଁ ବ୍ୟବହାର ହେଉଛି । ବଡ଼଼ ବଡ଼ିଆ କଳାଧନ କରି ଗଚ୍ଛିତ ରଖିଥିବା ସଂସଦରେ କହିଛନ୍ତି ସୁଶୀଲ ମୋଦି । ସେ ଆହୁରି କହିଛନ୍ତି ଦୁନିଆର ପ୍ରଗତିଶୀଳ ଅର୍ଥନୈତିକ ରାଷ୍ଟ୍ର ଆମେରିକା, ଚୀନ, କାନାଡ଼ା, ଅଷ୍ଟ୍ରେଲିଆ, ୟୁରୋପିଆନ୍ ୟୁନିଅନରେ ୨ ଶହରୁ କମ୍ ମୂଲ୍ୟର ନୋଟ୍ ପ୍ରଚଳନ ହେଉଛି ।

ଆଉ ଯେଉଁ ଦେଶରେ ଭ୍ରଷ୍ଟାଚାର ଅଧିକ ସେଠି ଅଧିକ ମୂଲ୍ୟର ନୋଟ୍ ପ୍ରଚଳନ ହେଉଥିବା କହି ପାକିସ୍ତାନ ଓ ଶ୍ରୀଲଙ୍କାର ଉଦାହରଣ ଦେଇଛନ୍ତି ସୁଶୀଲ ମୋଦି । ସରକାର ଧିରେ ଧିରେ ୨ ହଜାର ନୋଟର ପ୍ରଚଳନକୁ ବନ୍ଦ କରିଦେବାକୁ ସୁଶୀଲ ମୋଦି ଅନୁରୋଧ କରିଛନ୍ତି । ଅର୍ଥାତ୍ ପରୋକ୍ଷରେ କହିବାକୁ ଗଲେ ମୋଦି ସରକାର ୨୦୧୬ରେ ନେଇଥିବା ବିମୁଦ୍ରୀକରଣ ନିଷ୍ପତ୍ତିକୁ ନେଇ ବିରୋଧୀଙ୍କ ପରେ ଏବେ ବିଜେପି ଭିତରୁ ହିଁ ବିରୋଧର ସ୍ୱର ତୀବ୍ର ହୋଇଛି ।

Leave A Reply

Your email address will not be published.