Latest Odisha News

ଶୀର୍ଷରେ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷରେ ସିରିଜ ବିଜୟ ହାସଲ କରି ଭାରତୀୟ କ୍ରିକେଟ ଦଳ ଟେଷ୍ଟ ର‌୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥ୍‌ାନ ଅଧିକାର କରିଛି । ଓଭରାଲ ୧୨୪ ରେଟିଂ ପଂଏଟ ସହ ଭାରତ ପ୍ରଥମ ସ୍ଥାନରେ ରହିଥିବା ବେଳେ ନ୍ୟୁଜିଲାଣ୍ଡ ୧୨୧ ସହ ଦ୍ୱିତୀୟ ଏବଂ ଅଷ୍ଟ୍ରେଲିଆ (୧୦୮) ତୃତୀୟ ସ୍ଥାନରେ ରହିଛି ।

ଏମାନଙ୍କ ପଛକୁ ଇଂଲଣ୍ଡ (୧୦୭), ପାକିସ୍ତାନ(୯୨), ଦକ୍ଷିଣ ଆଫ୍ରିକା (୮୮), ଶ୍ରୀଲଙ୍କା(୮୩), ୱେଷ୍ଟଇଣ୍ଡିଜ (୭୫), ବାଂଲାଦେଶ (୪୯) ଓ ଜିମ୍ବାୱେ (୩୧) ଯଥାକ୍ରମେ ୪ର୍ଥରୁ ୧୦ମ ସ୍ଥାନରେ ରହିଛନ୍ତି । ସୋମବାର ଦ୍ୱିତୀୟ ଟେଷ୍ଟରେ ଭାରତ ୩୭୨ ରନ ବ୍ୟବଧାନରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା ।

Leave A Reply

Your email address will not be published.