Latest Odisha News

BREAKING NEWS

ସ୍କୁଟିକୁ ପଛୁପଟୁ ଧକ୍କା ଦେଲା ଟ୍ରକ, ଚାଳକଙ୍କ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର-ବଅଁରପାଳ ୧୪୯ନମ୍ବର ରାଜପଥର ନୂଆପଡ଼ା ଗାଁ ନିକଟରେ ଦୁର୍ଘଟଣା । ସ୍କୁଟିକୁ ପଛପଟୁ ଧକ୍କା ଦେଲା ଟ୍ରକ । ଫଳରେ ଘଟଣା ସ୍ଥଳରେ ହିଁ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଥିଲା । ମୃତକ ଜଣକ ହେଲେ ଏକଘରିଆ ଗ୍ରାମର ସୋମ୍ୟଦତ୍ତ ଶତପଥୀ ।

ସୋମ୍ୟଦତ୍ତ ଭୂଷଣ ପ୍ଲାଣ୍ଟକୁ କାର୍ଯ୍ୟ କରିବା ପାଇଁ ଯାଉଥିବା ସମୟରେ ପଛପଟୁ ଟ୍ରକଟି ଧକ୍କା ଦେଇଥିଲା । ପରେ କ୍ଷତିପୂରଣ ଓ ନିଯୁକ୍ତି ଦାବିରେ ୧୪୯ନମ୍ବର ରାଜପଥକୁ ଅବରୋଧ କରି ଧାରଣା ଦିଆଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଟ୍ରକକୁ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ରାସ୍ତା ଅବରୋଧ ଫଳରେ ଉଭୟ ପାଶ୍ୱର୍ରେ ଗାଡ଼ିମୋଟର ଅଟକି ରହିଛି ।

Leave A Reply

Your email address will not be published.