ଦୁବାଇ: ଭାରତର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହ ଆଇସିସି ଟେଷ୍ଟ ର୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ପର୍ଥ ଟେଷ୍ଟରେ ଅଧିନାୟକ ଦାୟିତ୍ୱ ତୁଲାଇଥିବା ବୁମରାହ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ । ଏହା ତାଙ୍କ ର୍ୟାଙ୍କିଙ୍ଗ ସୁଧାରିବାରେ ସହାୟ ହୋଇଥିଲା । ସେ ଦକ୍ଷିଣ ଆଫ୍ରିକାର କାଗିସୋ ରାବାଡାଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ଜୋଶ ହାଜେଲଉଡ ତୃତୀୟ ସ୍ଥାନରେ ରହିଛନ୍ତି । ବ୍ୟାଟିଂ ର୍ୟାଙ୍କିଙ୍ଗରେ ଭାରତର ବ୍ୟାଟ୍ସମ୍ୟାନ ଯଶସ୍ୱୀ ଜୈସୱାଲ ୨ଟି ସ୍ଥାନ ଉନ୍ନୀତ ହୋଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ୮୨୫ ରେଟିଂ ପଂଏଟ ସହ ସେ କ୍ୟାରିୟରର ଶ୍ରେଷ୍ଠ ର୍ୟାଙ୍କିଙ୍ଗ ହାସଲ କରିଛନ୍ତି ।
ଇଂଲଣ୍ଡର ଜୋ ରୁଟ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ଯଶସ୍ୱୀ ଓ କେଏଲ ରାହୁଲ ପ୍ରଥମ ୱିକେଟରେ ୨୦୧ ରନର ପାର୍ଟନରଶିପ ସଂଗ୍ରହ କରିଥିଲେ । ୨୦୨୪ରେ ସେ ୧୨ ଟେଷ୍ଟରେ ୫୮.୧୮ ଆଭରେଜରେ ୧୨୮୦ ରନ ସଂଗ୍ରହ କରିଛନ୍ତି । ପର୍ଥରେ ଶତକ ହାସଲ କରିବା ପରେ ବିରାଟ କୋହଲି ୯ ସ୍ଥାନ ଉନ୍ନୀତ ହୋଇ ୧୩ତମ ସ୍ଥାନରେ ରହିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୦ର ଅଗ୍ରଣୀ ହାସଲ କରିଛି ।